ବିଶ୍ୱ ବିଦ୍ୟାଳୟ ଆଇନ ୧୯୮୯ ପରିବର୍ତନକୁ ବିରୋଧ କରି ଏଆଇଡ଼ିଏସଓ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ସ୍ମାରକ ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର)  ହିଞ୍ଜିଳିକାଟୁ : ବିଶ୍ୱ ବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତନ କରିବା ସକାଶେ ରାଜ୍ୟ କ୍ୟାବିନେଟର ଅନୁମୋଦନକୁ ଏଆଇଡ଼ିଏସଓ ଓ ହିଞ୍ଜିଳିକାଟୁ ଆଂଚଳିକ କମିଟି ପକ୍ଷରୁ ବିରୋଧ କରାଯାଇଛି । ସୋମବାର ଏ ନେଇ ଏଆଇଡ଼ିଏସଓର ହିଞ୍ଜିଳିକାଟୁ ଆଂଚଳିକ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ଚୟନ ପକ୍ରିୟାରେ ବିଭ୍ରାଟ, ସିନେଟ ପ୍ରକ୍ରିୟାକୁ ହଟାଇଦେବା, କୁଳପତି ଚୟନ ପ୍ରକ୍ରିୟା, ବିଶ୍ୱ ବିଦ୍ୟାଳୟ ଆଇନ ୨୦୦୫କୁ ହଟାଇ ଏକକ ଆଇନ ଲାଗୁ କରିବା ଭଳି ନିଷ୍ପତି ସମ୍ପୁର୍ଣ୍ଣ

ଅଗଣତାନ୍ତ୍ରିକ ବୋଲି ସ୍ମାରକ ପତ୍ରରେ ଦର୍ଶାଯାଇଛି । ବିଶ୍ୱ ବିଦ୍ୟାଳୟ ମାନଙ୍କୁ ଚାହୁଁଥିବା ଅନୁଦାନ ସରକାର ଯୋଗାଇ ନଦେଇ କେବଳ କୁଳପତି ମାନଙ୍କ କାର୍ଯ୍ୟକାଳକୁ ୩ରୁ୪ବର୍ଷ ବୃଦ୍ଧି କରିବା ଘଟଣାକୁ ଏଆଇଡ଼ିଏସଓ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଏଆଇଡ଼ିଏସଓର ଗଞ୍ଜାମ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ହିଞ୍ଜିଳିକାଟୁ ଆଂଚଳିକ କମିଟିର ସଭାପତି ଡ଼ି. ତିରୁପତି ଦୋରା, ସମ୍ପାଦକ ନାରାୟଣ ସାହୁ, ବିଭୁତି ଭୂଷଣ ସାହୁ, ସୌମ୍ୟ ରଞ୍ଜନ ଗୌଡ଼, ଅନିଲ ସାହୁ, ମୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ -ଶେଷଦେବ ସାହୁ )

Exit mobile version