Home ଓଡ଼ିଶା ନୟାଗଡ ଜିଲ୍ଲାରୁ ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱର ସ୍ଥାନାନ୍ତର ପ୍ରତିବାଦ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ସରକାରଙ୍କଦ୍ୱାରା ଜାରି ନୋଟିଫିକେସନ ମୁତାବକ ନୟାଗଡ ଜିଲ୍ଲା ସଦରମହକୁମାରୁ ଜିଲ୍ଲା ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପ୍ରସଙ୍ଗ ସ୍ଥିର ହୋଇଥିବାବେଳେ ଚଞ୍ଚକତା ପୂର୍ବକ ଜିଲ୍ଲା ପ୍ରଶାସନ ଏହି ନୋଟିଫିକେସନକୁ ଲୁଚାଇ ରଖିବା କୌତୁହଳ ସୃଷ୍ଟି କରିଛି | ଏହାର ପ୍ରତିବାଦରେ ଜିଲ୍ଲା ଓକିଲସଂଘ, ନୟାଗଡ଼ ଓ ଜିଲ୍ଲାର ଅନ୍ୟ ସମସ୍ତ ଓକିଲସଂଘ ଯଥା ଖଣ୍ଡପଡା ଓକିଲସଂଘ, ରଣପୁର ଓକିଲସଂଘ,ଦଶପଲ୍ଲା ଓକିଲ ସଂଘ, ଓଡଗାଁ ଓକିଲସଂଘ, ଭାପୁର ଓକିଲସଂଘ,ଜିଲ୍ଲାର ସମସ୍ତ ମୋହରିସଂଘ ଏବଂ ନୟାଗଡ଼ ଜିଲ୍ଲାର ଜନସଧାରଣ ସର୍ବୋପରି ମୋକଦ୍ଦମାର ପକ୍ଷମାନେ ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ନ୍ୟାୟଧୀଶଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରାରେ ଜିଲ୍ଲାପାଳ, ନୟାଗଡ଼ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଜିଲ୍ଲାର ବିଭିନ୍ନ ଓକିଲସଂଘ ତରଫରୁ ସରକାରଙ୍କୁ ଦାବୀ କରାଯାଇଛିକି ଯଦି ନୟାଗଡ଼ରୁ ଉକ୍ତ କମିଶନ କୋର୍ଟ ସ୍ଥାନାନ୍ତରଣ କରାଯାଏ ତେବେ ହଜାର ହଜାର ସଂଖ୍ୟାରେ ବିଚରାଧୀନ କେଶ ଗୁଡିକର ପକ୍ଷମାନେ ନାହିଁ ନ ଥିବା ଅସୁବିଧାର ସନ୍ନମୁଖୀନ ହେବାସହିତ ଅଯଥା ଖର୍ଚ୍ଚାନ୍ତ, ସମୟ ଅପଚୟ, ଓକିଲମାନେ କେଶ ପରିଚାଳନାରେ ବିଶେଷ ଅସୁବିଧାମାନ ସୃଷ୍ଟିହେବ | ଏସବୁ ସମସ୍ୟାକୁ ଆଖିଆଗରେ ରଖି ଓକିଲସଂଘ ତରଫରୁ ପ୍ରଦାନ କରାଯାଇଥିବା ଦାବିକୁ ସରକାର ଗ୍ରହଣ କରିବା ଦରକାର | ନଚେତ ଆଗାମୀ ଦିନରେ ଏହାଏକ ଜନଆନ୍ଦୋଳନରେ ପରିଣତ ହେବ, ଆଉ ଏଥିପାଇଁ ସରକାର ହିଁ ଦାୟୀରହିବେ | ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ସମାଧାନ ସ୍ୱରୂପ ସ୍ଥାନାନ୍ତର ନୋଟିଫିକେସନକୁ ରଦ୍ଦ କରାଯାଉ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026