Home ଓଡ଼ିଶା ବନ୍ଦେ ଉତ୍କଳ ମହାସଂଘର ପୁରୀ ଠାରେ ହେବାକୁ ଥିବା ଲୋକକଳା ମହାକୁମ୍ଭର ପ୍ରସ୍ତୁତି ବୈଠକ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ଆଗାମୀ ଦିନରେ ପୁରୀ ଠାରେ ହେବାକୁ ଲୋକ କଳା ମହାକୁମ୍ଭ ମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସାଲବେଗ ପୀଠସ୍ଥିତ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟରେ ଥିବା ଦୁଃସ୍ଥ ଅବହେଳିତ କଳାକାରମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଅବ୍ୟବସ୍ଥିତ ଭାବେ ଜୀବନ ଯାପନ କରୁଛନ୍ତି, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତାକୁ ଆଣିବାକୁ ବନ୍ଦେ ଉତ୍କଳ ମହାସଂଘ ଯଥାସମ୍ଭବ ଚେଷ୍ଟା ଜାରି ରଖିଛି । ରାଜ୍ୟର କୋଣ ଅନୁକୋଣରେ ଥିବା ସମସ୍ତ କଳାକାରଙ୍କୁ ବୀମାଭୁକ୍ତ କରିବାପାଇଁ ମହାସଂଘ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଛି , ଯଦି କୌଣସି କାରଣରୁ ଜଣେ କଳାକାରଙ୍କ ଦେହାନ୍ତ ହୁଏ ତେବେ ମହାସଂଘରେ ସାମିଲ ହୋଇଥିବା ଏକ ଲକ୍ଷ ରୁ ଉର୍ଦ୍ଧ କଳାକାର ପ୍ରତ୍ୟକ ୫ଟଙ୍କା ଲେଖାଏ ଦେହାନ୍ତ ହୋଇଥିବା କଳାକାରଙ୍କୁ ପ୍ରଦାନ କରିବା ପାଇଁ ବିଧିବଦ୍ଧ ନିଷ୍ପତି ନିଆଯାଇଛି ଅନ୍ୟପକ୍ଷରେ ମହାସଂଘର ଲୋଗୋ ଉପରେ ଏକ ସ୍ୱତନ୍ତ୍ର ଉତ୍ତରୀ ପ୍ରସ୍ତୁତ କରାଯିବ ଯେଉଁ ଉତ୍ତରୀ ମୃତ କଳାକାରଙ୍କ ଉପରେ ପକାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ବହୁ କଳାକାରମାନେ ମତବ୍ୟକ୍ତ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ମହାସଂଘର ଉପଦେଷ୍ଟା ହରପ୍ରସାଦ ଜେନା , ଏବଂ ସମ୍ମାନିତ ଅତିଥି ଭାବେ ରାଜେଶ ପ୍ରଧାନ, ଲଲାଟେନ୍ଦୁ ମିଶ୍ର, ପ୍ରମୁଖ ଯୋଗ ଦେଇ କଳାକାରଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତ କଳାକାର ମାନେ ଏକାଠି ହୋଇ ସରକାରଙ୍କ ଠାରେ ମହାସଂଘ ମାଧ୍ୟମରେ ନିଜର ଅଧିକାର ଦାବୀ ସାବ୍ୟସ୍ତ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ । ସଭା ପରିଚାଳନାରେ ବିଧୁଭୂଷଣ ନାୟକ ଓ ସମ୍ପାଦକ ବିନୋଦ କୁମାର ଭୋଇ, ସହଯୋଗ କରିଥିଲେ । ଏଥିରେ ଜୋନ ପ୍ରଭାରୀ ଅଶୋକ ନାଏକ, ମନୋରଞ୍ଜନ ପାତ୍ର, ଅଭିମନ୍ୟୁ ବେହେରା, କଟକ ଜିଲ୍ଲା ସଭାପତି ମୁରଲୀଧର ଶତପଥୀ, ବାଉରୀବନ୍ଧୁ ସାହୁ, ଇନ୍ଦ୍ରମଣି ପ୍ରଧାନ, ଲଷ୍ମୀ ପ୍ରଧାନ, ଲକ୍ଷ୍ମିପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ପ୍ରତିନିଧି ଓ ସମ୍ପାଦକ ନୀଳମଣି ପାତ୍ର ମଧୁସ୍ମିତା ମହାନ୍ତି, ପ୍ରଭାତ କୁମାର ମିଶ୍ର ନଟବର ଦାସ,ନିର୍ଦେଶକ ନିବାସ ଚନ୍ଦ୍ର ମିଶ୍ର ରାଜ୍ୟ ସଂଯୋଜକ ଚନ୍ଦ୍ରଶେଖର ସାମଲ ଉପସଭାପତି ରାଘବ ବେହେରା ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ କଳାକାରମାନେ ଯୋଗଦେଇ ମହାସଂଘର ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଯୋଗ ଦେଇଥିବା ନୂତନ ତଥା ବରିଷ୍ଠ କଳାକାରଙ୍କୁ ମହାସଂଘ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଓ ସାଟିଫିକଟେ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା ।ମହାସଂଘ ପକ୍ଷରୁ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା କଳାକାର ମହାକୁମ୍ଭ ଯାତ୍ରା ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଞ୍ଚ ପରିଚାଳନାରେ ଲକ୍ଷ୍ମୀପ୍ରିୟା ମହାନ୍ତି ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ପୁରୀ, ହୋମ୍ Related Content ବାଣପୁର : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana July 15, 2026 ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ by Proprietor Abhimanyu Maharana July 15, 2026 ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି by Proprietor Abhimanyu Maharana July 15, 2026 ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ by Proprietor Abhimanyu Maharana July 14, 2026 ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ by Proprietor Abhimanyu Maharana July 14, 2026 ଗଣତନ୍ତ୍ର ପ୍ରତି ବିପଦ : ରବି ରଥ by Proprietor Abhimanyu Maharana July 14, 2026