କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ବିଦେଶରେ ଅଧିକ ରୋଜଗାର କରିବାକୁ ଯାଇ ମିଆଁମାର ସାଇବରଙ୍କ କବଜାରେ ପଡି ଦୀର୍ଘ ୩ ମାସ ଧରି ଓଡିଶାର ନିଆଳି ଅଞ୍ଚଳର ୪ ଜଣ ଯୁବକ ବହୁ ନିର୍ଯ୍ୟାତନା ପାଉଥିବାର ଜାଣିବାକୁ ମିଳିଛି। ନିଆଳିର ଏହି ୪ ଜଣ ଯୁବକ ଜଣେ ଏଜେଣ୍ଟଙ୍କ ଜରିଆରେ ପ୍ରଥମେ ହଂ କଂ କୁ ଏକ ଫୁଡ ପ୍ୟାକେଜିଂ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଅଧିକ ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ଏମାନଙ୍କୁ ମିଆଁମାରର ସାଇବର ଠକ ଏବେ ଫସାଇ ବନ୍ଦନରେ ରଖିଛନ୍ତି ।
ନିଆଳିର ଏହି ୪ ଜଣ ଯୁବକମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଆକୁଳେ ନିବେଦନ କରାଯାଇଛି । ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗରୁ ଜଣାପଡିଛି ଯେ ୬ ମାସ ପୂର୍ବେ କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ଜଲାରପୁର ଗ୍ରାମର ପ୍ରତ୍ୟୁଷ ସ୍ବାଇଁ, ବିଜୟ ନାୟକ, ଓ ବରିମୁଣ୍ଡେଇ ଗ୍ରାମର ସୌମ୍ୟରଞ୍ଜନ ବିହାରୀ, ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଯୁବକ କିଛି ଦଲାଲଙ୍କ ସହଯୋଗରେ ଅଫିସିଆଲ୍ ଡକ୍ୟୁମେଣ୍ଟସନ କାମ କରିବା ପାଇଁ କାମୋଡ଼ିଆ ଦେଶକୁ ଯାଇଥିଲେ ।
ସେଠାରେ କାର୍ଯ୍ୟ କରିବା ପରେ ସେଠାରେ କିଛି ଦଲାଲଙ୍କ ହାବୁଡରେ ସେମାନେ ପଡିଥିଲେ । ନିକଟବର୍ତ୍ତୀ ଦେଶ ମିଆଁ ମାରରେ ଅଧିକ ଟଙ୍କା ରୋଜଗାର ମିଳିବ ବୋଲି ସେମାନଙ୍କୁ କୁହାଗଲା,ଏଥିରେ ଯୁବକମାନେ ରାଜି ହେବାରୁ ଦଲାଲ ସେମାନଙ୍କୁ ବାଇକ୍ ରେ ବସାଇ ବେଆଇନ ଭାବେ ସୀମା ପାର କରାଇ ମିଆଁମାରକୁ ନେଇଯାଇଥିଲେ । ଆଉ ସେଠାରେ ଦଲାଲମାନେ ଯୁବକମାନଙ୍କୁ ସାଇବର ଠକଙ୍କ ପାଖରେ ପହଞ୍ଚାଇ ଦେଲେ । ସାଇବରକ୍ରାଇମ୍ରର ପକ୍ଷରୁ ଠକାମୀ ସହିତ ନିର୍ଯ୍ୟାତନା ଆରମ୍ଭ କରାଯାଇଥିଲା ।