କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ଜଳିପାଟଣା ବାଲିଯାତ୍ରା ପଡିଆର କୁଆଖାଇ ନଦୀକୁ ଶନିବାର ଅପରାହ୍ନରେ ନିକଟସ୍ଥ ଏକ ଘରୋଇ ଇଂଜିନିୟରିଂ କଲେଜର ପାଞ୍ଚଜଣ ଛାତ୍ର ବୁଲିବାକୁ ଆସି ନଦୀରେ ଗାଧୋଉଥିବା ସମୟରେ ସମସ୍ତେ ବୁଡିଯାଇଥିଲେ ।
ସ୍ଥାନୀୟ ଲୋକେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରିପାରିଥିଲା ବେଳ ଅନ୍ୟ ଜଣେ ଛାତ୍ରଙ୍କୁ ଉଦ୍ଧାର କରି ପାରିନଥିଲେ । ଏହି ଖବର ପ୍ରଚାରିତ ହୋଇ ଯିବାରୁ ନଦୀ କୂଳରେ ଲୋକଙ୍କ ଭିଡ଼ ଜମିଥିଲା ।
ଖବର ପାଇ ଦମକଳ ବାହୀନି ଓଡ଼୍ରାଫ ଟିମ୍ ପହଞ୍ଚି ବହୁତ ଖୋଜାଖୋଜି କରି ମୃତ ଛାତ୍ରଙ୍କୁ ପାଣି ଭିତରୁ ବିହାର କରି ଉପରକୁ ଆଣିଥିଲେ । ମୃତ ଛାତ୍ରଙ୍କ ନାମ ଅଙ୍କୁର ତ୍ରିପାଠୀ ବୋଲି ଜଣା ପଡିଛି । ମୃତ ଛାତ୍ରଙ୍କୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।
