କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ : ପୁରୀ ଜିଲ୍ଲା ର ବିଶେଷ ବୈଠକ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍)  :- କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ପୁରୀ ଜିଲ୍ଲା ର ବିଶେଷ ବୈଠକ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି| କେନ୍ଦ୍ର ସରକାର ପୂର୍ବରୁ ଯେଉଁ କେନ୍ଦ୍ର କର୍ମଚାରୀମାନେ ଅବସର ନେଇଥିବେ ସେମାନଙ୍କ ପାଇଁ ଅଷ୍ଟମ ବେତନ କମିଶନ ର ବର୍ଦ୍ଧିତ ପେନସନ ପାଇ ପାରିବେ ନାହିଁ ବୋଲି ସୂଚନା ମିଳିଛି  l ଏହା ବିରୁଦ୍ଧରେ ପେନସନ ଭୋଗୀ କେନ୍ଦ୍ର କର୍ମଚାରୀ ମାନେ ଆନ୍ଦୋଳନ ରେ ସାମିଲ ହେବେ| ପୁରୀ ରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା  l

୮ ଟି ବିଭାଗ ର କର୍ମଚାରୀମାନେ ଯୋଗ ଦେଇଥିଲେ  l ବୈଠକ ରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧକ୍ଷତା କରିଥିଲେ lକେନ୍ଦ୍ର ସରକାରଙ୍କ ସଂଶୋଧିତ ପେନସନ ବିରୋଧୀ ନୀତିକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ପୁରୀ ସଙ୍ଘ ସମର୍ଥନ କରିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା l ସର୍ବଭାରତୀୟ ସ୍ତରର ସଂଘ ଭାରତ ପେନସନର ସମାଜ ସଂଘ ସହିତ ଯୋଗଦେବାର ନିଷ୍ପତ୍ତି ହୋଇଥିଲା ।


ପୁରୀ ସହରରେ କେନ୍ଦ୍ର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥାପନ ନିମିତ୍ତ ସ୍ଥାନୀୟ ଲୋକସଭା ସଭ୍ଯଙ୍କୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । କେନ୍ଦ୍ରୀୟ ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ କର୍ମଚାରୀ ଓ ସ୍ବାୟତ୍ତ ଶାସିତ ଅନୁଷ୍ଠାନ ମଧ୍ୟରେ ଥିବା ପାର୍ଥକ୍ଯ ବିଷୟରେ ସମାନ ନିତୀ ଅବଲମ୍ବନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକ ରେ ଦର୍ପେନ୍ଦ୍ର ନାରାୟଣ ଦାସ, ଗୋବିନ୍ଦ ଚନ୍ଦ୍ର ଷଢଙ୍ଗୀ,

ମନୋଜ ସାମଲ, କିଶୋର ପଟ୍ଟନାୟକ, କ୍ରିଷ୍ଣା କୁମାର ଘୋଷ, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ମାନସ ରଞ୍ଜନ ମହାପାତ୍ର, ଚକ୍ରଧର ବେହେରା, ସ୍ନେହା ନନ୍ଦ, ରତିକାନ୍ତ ସ, ସଚ୍ଚିଦାନନ୍ଦ ମହାନ୍ତି, ସୁଷମା ମଳିକ ଙ୍କ ସମେତ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ  l ପୁରୀ ଜିଲ୍ଲା ପାଇଁ ପ୍ରତ୍ୟେକ ମାସର ଶେଷ ଶନିବାର ଦିନ ସଂଘର ସାଧାରଣ ସଭା ଅନୁଷ୍ଠିତ ହେବବୋଲି ନିଷ୍ପତ୍ତି ନିଆ ଯାଇ ଥିଲା l

Exit mobile version