ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଅଗ୍ନିଶମ ବିଭାଗ ତତ୍ପର

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ପ୍ରବଳ ବର୍ଷା ଓ ବନ୍ୟା ର ମୁକାବିଲା ପାଇଁ ପୁରୀ ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି l ଜିଲ୍ଲା ପ୍ରଶାସନ ନିର୍ଦେଶ ଦେବା ମାତ୍ରେ ଅଗ୍ନିଶମ କର୍ମଚାରୀ କାମ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି l ଏଥି ପାଇଁ ଅଗ୍ନିଶମ ଗାଡି ଓ ସରଞ୍ଜାମ ପ୍ରସ୍ତୁତ ହୋଇ ରଖାଯାଇଛି l ପରିସ୍ଥିତି ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି l

ଲାଇଫ ଜ୍ୟାକେଟ, କଟର, ରେସକ୍ଯୁ ଟ୍ୱିଉ, ଦଉଡି, ବୋଟ, ପମ୍ପ ସେଟ ଆଦି ସରଞ୍ଜାମ ପ୍ରସ୍ତୁତ ହୋଇ ରଖାଯାଇଛି l ତଳିଆ ଅଂଚଳରେ ପାଣି ଜମିଲେ ଅଗ୍ନିକ ଟିମ ପହଞ୍ଚି ପମ୍ପ ସେଟ ଦ୍ୱାରା ପାଣି ନିଷ୍କାସନ କରିବେ l ପୁରୀ ଜିଲ୍ଲା ର ସବୁ ବ୍ଲକ ରେ ଥିବା ଦମକଳ କେନ୍ଦ୍ର ର କର୍ମଚାରୀ ମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି l

Exit mobile version