Home ଓଡ଼ିଶା ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ସମସ୍ତ ୨୫୯୯ ଅଙ୍ଗନବାଡି କେନ୍ଦ୍ର ରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବେଟୀ ବଚାଓ ବେଟୀ ପଢାଓ ର ଆହ୍ଵାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା। ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ। ସମାଜ ରେ ଝିଅ ଓ ପୁଅ ଉଭୟଙ୍କ ର ଅବଦାନ ରହିଛି।ଝିଅ କୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପଢାଇଲେ ସେ ମଧ୍ୟ ସମାଜରେ ଜଣେ ଜଣେ ସମ୍ବଳ ହୋଇ ଉଭା ହେବେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଶିଶୁ ବିଶେଷ କରି ଝିଅ ମାନଙ୍କ ସୁରକ୍ଷା ଲକ୍ଷ୍ୟ ରେ ସଚେତନ କରାଇବା ଏହି ଶୋଭାଯାତ୍ରା ର ଉଦ୍ଦେଶ୍ୟ ବୋଲି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ। ଅପରପକ୍ଷରେ ଯଦି କୌଣସି କ୍ଷେତ୍ରରେ ଅସଦାଚରଣ ବା ସେହିଭଳି ମନ୍ଦ ଉଦ୍ଦେଶ୍ୟ ରେ କାହା ଠାରୁ ଇଙ୍ଗିତ ମିଳେ ତେବେ ତତକ୍ଷଣାତ ମହିଳା ମାନଙ୍କ ସୁରକ୍ଷା ପାଇଁ ହେଲ୍ପ ଲାଇନ ନମ୍ବର ୧୮୧,ଶିଶୁ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୦୯୮ ଓ ଏମରଜେନ୍ସି ନମ୍ବର ୧୧୨ ରେ ଯୋଗାଯୋଗ ପାଇଁ ଏହି ଶୋଭାଯାତ୍ରାରେ ସୂଚନା ଦିଆଯାଇଥିଲା।ଅପରପକ୍ଷରେ ସମସ୍ୟା ପାଇଁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କ ରେ ଆଇସିସି ବା ଇଣ୍ଟରନାଲ କମ୍ଲେନ କମିଟି ର ସହାୟତା ନେବା ପାଇଁ ଅନୁରୋଧ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ by Proprietor Abhimanyu Maharana May 6, 2026 ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ by Proprietor Abhimanyu Maharana May 6, 2026 ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର by Proprietor Abhimanyu Maharana May 6, 2026 ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ by Proprietor Abhimanyu Maharana May 6, 2026 ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି by Proprietor Abhimanyu Maharana May 6, 2026 ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର by Proprietor Abhimanyu Maharana May 6, 2026