କୋଣାର୍କ-ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର : ଅଳ୍ପକେ ବର୍ତ୍ତିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ

କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) :- କୋଣାର୍କ-ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର । ନଈରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ । କଟକ ସଦର ବିଡ଼ିଓ ପ୍ରତୀକ ସାହୁ ଓ ସ୍ତ୍ରୀ ପୁରୀ, କୋଣାର୍କ ବୁଲିଯିବାକୁ ଆସିଥିଲେ । କୋଣାର୍କରୁ ୧୦ କିଲୋମିଟର ଦୂରରେ ଥିବା ଏକ ଘରୋଇ ହୋଟେଲକୁ ଖାଇବାକୁ ଯାଉଥିଲେ ।

ସେଠାରେ ଗାଡିକୁ ପାର୍କିଂରେ ରଖିବା ପାଇଁ ଵୁଲାଇବା ବେଳେ କୁଶଭଦ୍ରା ନଦୀରେ ଖସି ପଡ଼ିଥିଲା । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା କୋଣାର୍କ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଅଵସ୍ଥା ଗୁରୁତର ହେବାରୁ ପୁରୀର ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Exit mobile version