Home ଓଡ଼ିଶା ସଡ଼କ ଭିତ୍ତିଭୂମି ବିକାଶରେ ‘ବର୍ଜ୍ୟରୁ ବୈଭବ’ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ସିଏସଆଇଆର-ସିଆରଆରଆଇର ଷ୍ଟିଲ୍ ସ୍ଲାଗ୍ ଏଗ୍ରିଗେଟ୍ସ ପ୍ରଯୁକ୍ତିବିଦ୍ୟା ଲାଇସେନ୍ସ ହାସଲ କରିବାରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପ୍ରଥମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଏହାଦ୍ଵାରା ସିଏସଆଇଆର-ସିଆରଆରଆଇ ଦ୍ୱାରା ବିକଶିତ ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାକୁ କମ୍ପାନୀ ଗୁଜୁରାଟରେ ଥିବା ନିଜର ପ୍ରମୁଖ କାରଖାନାରେ ଷ୍ଟିଲ ସ୍ଲାଗ ଏଗ୍ରିଗେଟ୍ସକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରିପାରିବ ଯାହା ସଡ଼କ ନିର୍ମାଣରେ ବ୍ୟବହୃତ ହୋଇପାରିବ । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଦେଶର ପ୍ରମୁଖ ବୈଜ୍ଞାନିକ ପ୍ରତିଷ୍ଠାନରୁ ଲାଇସେନ୍ସ, ବୃତ୍ତାକାର ଅର୍ଥନୀତି ଏବଂ ଭାରତର ନେଟ୍-ଶୂନ୍ୟ ଲକ୍ଷ୍ୟ ଅନୁରୂପ ନବସୃଜନ ଦିଗରେ କମ୍ପାନୀର ଅଗ୍ରଣୀ ଭୂମିକାକୁ ସୁଦୃଢ଼ କରିଛି । ଏହି ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବାହାର, ପ୍ରାକୃତିକ ସଡ଼କ-ନିର୍ମାଣ ଏଗ୍ରିଗେଟ୍ସର ବିକଳ୍ପ ସ୍ଵରୁପ ପରିବେଶଗତ ଅବକ୍ଷୟ ଏବଂ ପ୍ରାକୃତିକ ସମ୍ପଦ ଉପରେ ଚାପକୁ ହ୍ରାସ କରିବ । ନୂଆଦିଲ୍ଲୀ/ ମୁମ୍ବାଇ (ଓଡ଼ିଶା ତାଜା ନ୍ୟୁଜ୍) :- ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ଜାତୀୟ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ଏବଂ ଜାତୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ) ସହଭାଗୀତାରେ ସଡ଼କ ନିର୍ମାଣରେ ପ୍ରାକୃତିକ ଏଗ୍ରିଗେଟ୍ସଗୁଡ଼ିକର ବିକଳ୍ପ ସ୍ୱରୂପ ପ୍ରକ୍ରିୟାକୃତ ଷ୍ଟିଲ ସ୍ଲାଗ୍ ସଡ଼କ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ପ୍ରୋତ୍ସାହିତ କରି ଦୀର୍ଘସ୍ଥାୟୀ ଭିତ୍ତିଭୂମି ବିକାଶ ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏଏମ୍/ଏନ୍ଏସ୍ ଇଣ୍ଡିଆ, ଦେଶର ପ୍ରଥମ କମ୍ପାନୀ ଭାବେ ସଡ଼କ ନିର୍ମାଣ କ୍ଷେତ୍ରରେ ପ୍ରକ୍ରିୟାକୃତ ଷ୍ଟିଲ ସ୍ଲାଗ୍ ଏଗ୍ରିଗେଟ୍ସ ଉତ୍ପାଦନ କରିବା ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏକ ପ୍ରମୁଖ ଜାତୀୟ ଗବେଷଣା ପ୍ରତିଷ୍ଠାନ ସିଏସଆଇଆର-ସିଆରଆରଆଇଠାରୁ ଷ୍ଟିଲ ସ୍ଲାଗ୍ ଭେଲରାଇଜେସନ ଟେକ୍ନୋଲୋଜି ପାଇଁ ଏକ ପ୍ରତିଷ୍ଠିତ ଲାଇସେନ୍ସ ହାସଲ କରିଛି। ଏଏମ୍/ଏନ୍ଏସ୍ ଇଣ୍ଡିଆକୁ “ସଡ଼କ ନିର୍ମାଣରେ ବ୍ୟବହାର ପାଇଁ ହାଜିରାଠାରେ ସ୍ଥିତ ଏଏମ୍/ଏନ୍ଏସ୍ ଇଣ୍ଡିଆ କାରଖାନାରେ ପ୍ରକ୍ରିୟାକୃତ ଇଏଏଫ ଷ୍ଟିଲ୍ ସ୍ଲାଗ୍ ଏଗ୍ରିଗେଟ୍ସ ବିକାଶ ପାଇଁ ଷ୍ଟିଲ୍ ସ୍ଲାଗ୍ ଭେଲରାଇଜେସନ ଟେକ୍ନୋଲୋଜି” ଲାଇସେନ୍ସର ପ୍ରମାଣପତ୍ର ମିଳିଛି। ଯାହାଦ୍ଵାରା କମ୍ପାନୀ ସିଏସଆଇଆର-ସିଆରଆରଆଇର ଦ୍ୱାରା ବିକଶିତ ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାକୁ ଗୁଜରାଟର ହାଜିରାଠାରେ ସ୍ଥିତ ଏହାର ପ୍ରମୁଖ କାରଖାନାରେ ବୈଜ୍ଞାନିକ ପଦ୍ଧତିରେ ଷ୍ଟିଲ୍ ସ୍ଲାଗ୍ ଏଗ୍ରିଗେଟ୍ସ ପ୍ରକ୍ରିୟାକରଣ ପାଇଁ ବ୍ୟବହାର କରିପାରିବ ଯାହା ସଡ଼କ ନିର୍ମାଣ ପ୍ରୟୋଗରେ ବ୍ୟବହାର ହୋଇପାରିବ । ଏଏମ୍/ଏନ୍ଏସ୍ ଇଣ୍ଡିଆ ବର୍ତ୍ତମାନ ‘ଏଏମ୍/ଏନ୍ଏସ୍ ଆକାର’ ବ୍ରାଣ୍ଡ ନାମରେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସ୍ଲାଗ୍ ଉତ୍ପାଦନ କରୁଛି, ଯାହା ସିଏସଆଇଆର-ସିଆରଆରଆଇର ବୈଷୟିକ ନିୟମାବଳୀ, ନିର୍ଦ୍ଦିଷ୍ଟକରଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ମାନକୁ ପୂରଣ କରୁଛି । ଏଏମ୍/ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଟେକ୍ନୋଲୋଜି ଲାଇସେନ୍ସ ପ୍ରାପ୍ତ ଏହି ପ୍ରକ୍ରିୟାକୃତ ଷ୍ଟିଲ ସ୍ଲାଗ ଏଗ୍ରିଗେଟ୍ସ ସାଧାରଣତଃ ସଡ଼କ ଏବଂ ରାଜପଥ ନିର୍ମାଣ ପ୍ରୟୋଗରେ ବ୍ୟବହୃତ ପ୍ରାକୃତିକ ଏଗ୍ରିଗେଟ୍ସର ମିଶ୍ରଣ ତୁଳନାରେ ଅଧିକ ଦୀର୍ଘସ୍ଥାୟୀ ଏବଂ ବ୍ୟୟ ସାପେକ୍ଷ ବୋଲି ପ୍ରମାଣିତ ହୋଇଛି। ନିଜର ନିର୍ମାଣକୁ ଦୀର୍ଘସ୍ଥାୟୀ କରିବା ପାଇଁ ପରିବେଶ ଅନୁକୂଳ ସାମଗ୍ରୀ ର ସନ୍ଧାନ କରୁଥିବା ଭିତ୍ତିଭୂମି ନିର୍ମାଣକାରୀମାନଙ୍କୁ ଏହି ଉତ୍ପାଦ ସହାୟତା ପ୍ରଦାନ କରିବ। ଏଏମ୍/ଏନ୍ଏସ୍ ଇଣ୍ଡିଆ ଦ୍ୱାରା ବାର୍ଷିକ ପ୍ରାୟ ୧.୭୦ ନିୟୁତ ଟନ୍ ଇସ୍ପାତ ସ୍ଲାଗ୍ ଉତ୍ପନ୍ନ ହୋଇଥାଏ, ଯାହାକୁ ବର୍ତ୍ତମାନ ସିଏସଆଇଆର-ସିଆରଆରଆଇର ପ୍ରଯୁକ୍ତିବିଦ୍ୟା ଅନୁସାରେ ପ୍ରକ୍ରିୟାକରଣ କରାଯାଇପାରିବ। ସିଏସଆଇଆର-ସିଆରଆରଆଇର ବରିଷ୍ଠ ତଥା ପ୍ରମୁଖ ବୈଜ୍ଞାନିକ ଏବଂ ଏହି ପ୍ରଯୁକ୍ତିବିଦ୍ୟାର ଉଦ୍ଭାବକ ସତୀଶ ପାଣ୍ଡେ କହିଛନ୍ତି ଯେ, “ଷ୍ଟିଲ୍ ସ୍ଲାଗ୍ ସଡ଼କ ପ୍ରଯୁକ୍ତିବିଦ୍ୟା ଭାରତର ସଡ଼କ ଭିତ୍ତିଭୂମି ପାଇଁ ଏକ କ୍ରାନ୍ତିକାରୀ ପଦକ୍ଷେପ। ପ୍ରତ୍ୟେକ ବର୍ଷ ଦେଶରେ ୧୯ ନିୟୁତ ଟନ୍ରୁ ଅଧିକ ଷ୍ଟିଲ୍ ସ୍ଲାଗ୍ ଉତ୍ପନ୍ନ ହୋଇଥାଏ ଏବଂ ଅପରିଶୋଧିତ ଷ୍ଟିଲ୍ ସ୍ଲାଗ୍ର ସିଧାସଳଖ ବ୍ୟବହାର ଷ୍ଟିଲ୍ ସ୍ଲାଗ୍ରୁ ପ୍ରାପ୍ତ କମ୍ପୋଜିଟ୍ଗୁଡ଼ିକର ଯାନ୍ତ୍ରିକ ଗୁଣ ଏବଂ ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି କରିଥାଏ । ଏଏମ୍/ଏନ୍ଏସ୍ ଇଣ୍ଡିଆ ର ମିଳିତ ସହଯୋଗରେ ହାଜିରାରେ ଭାରତର ପ୍ରଥମ ‘ସମ୍ପୂର୍ଣ ଷ୍ଟିଲ୍ ସ୍ଲାଗ୍ ସଡ଼କ’ ନିର୍ମାଣ କରାଯାଇଥିଲା ଏବଂ ବର୍ତ୍ତମାନ ଏହି ଲାଇସେନ୍ସ ସହିତ, ସଡ଼କ ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ପ୍ରକ୍ରିୟାକୃତ ଷ୍ଟିଲ ସ୍ଲାଗ ଏଗ୍ରିଗେଟ୍ସର ଉତ୍ପାଦନ, ବିପଣନ ଓ ବିକ୍ରୟ କରିବାକୁ ଏଏମ୍/ଏନ୍ଏସ୍ ଇଣ୍ଡିଆକୁ ଅନୁମତି ପ୍ରଦାନ କରାଯାଇଛି। ‘ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ସେଲ୍ସ ଓ ମାର୍କେଟିଂ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ ପ୍ରେସିଡେଣ୍ଟ ରଞ୍ଜନ ଧର କହିଛନ୍ତି ଯେ ‘ ଆମେ ଏହି ଅନନ୍ୟ ପ୍ରଯୁକ୍ତିବିଦ୍ୟାର ଲାଇସେନ୍ସ ହାସଲ କରିବାରେ ପ୍ରଥମ କମ୍ପାନୀ ହୋଇଥିବାରୁ ଗର୍ବିତ। ଏହି ବିକାଶ ଏକ ବୃତ୍ତାକାର ଅର୍ଥନୀତି ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବର୍ଜ୍ୟରୁ ବୈଭବ’ ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷା କରୁଛି । ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ ଏବଂ ‘ଏସିଆ ବୁକ୍ ଅଫ୍ ରେକର୍ଡସ୍’ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହାଜିରାଠାରେ ସମ୍ଭବତଃ ବିଶ୍ୱର ପ୍ରଥମ ଷ୍ଟିଲ୍ ସ୍ଲାଗ୍ ସଡ଼କ ସଫଳତାର ସହ ନିର୍ମାଣ କରିବାରେ ଆମର ପୂର୍ବ ସମ୍ପୃକ୍ତିକୁ ଏହା ତ୍ଵରାନିତ କରାଉଛି ।“ ସଡ଼କ ନିର୍ମାଣ ପାଇଁ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ପ୍ରକ୍ରିୟାକୃତ ଷ୍ଟିଲ୍ ସ୍ଲାଗ୍ ପାରମ୍ପରିକ ନିର୍ମାଣ ସାମଗ୍ରୀ ତୁଳନାରେ ମହତ୍ତ୍ୱପୁର୍ଣ୍ଣ ଲାଭ ପ୍ରଦାନ କରିଥାଏ । ଷ୍ଟିଲ୍ ସ୍ଲାଗ୍ ସଡ଼କଗୁଡ଼ିକ ପ୍ରାୟ ୩୦ ରୁ ୪୦% ଅଧିକ ବ୍ୟୟ ସାପେକ୍ଷ ଏବଂ ସାଧାରଣ ବିଟୁମେନ୍ ସଡ଼କ ଅପେକ୍ଷା ତିନି ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିବ, ଯାହା ମରାମତି ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତାକୁ ହ୍ରାସ କରିବ । ଏହାର ଦୃଢ଼ତା ଉପକୂଳ ଅଞ୍ଚଳରୁ ଅତ୍ୟନ୍ତ ଆବଡ଼ାଖାବଡ଼ା ଭୂମି ପର୍ଯ୍ୟନ୍ତ ବିଭିନ୍ନ ପରିସ୍ଥିତିରେ ତିଷ୍ଠି ରହିପାରିବ । ସଡ଼କ ନିର୍ମାଣରେ ପ୍ରକ୍ରିୟାକରଣ ନ ହୋଇଥିବା ଷ୍ଟିଲ୍ ସ୍ଲାଗ୍ ବ୍ୟବହାର ସଡ଼କର ସ୍ଥାୟୀତ୍ୱ ପ୍ରତି ଚାଲେଞ୍ଜ ସୃଷ୍ଟି କରିବା ସହ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଥାଏ । ଏହାର ସମାଧାନ ପାଇଁ, ସିଏସଆଇଆର- ସିଆରଆରଆଇକୁ ସଡ଼କ ନିର୍ମାଣରେ ଷ୍ଟିଲ୍ ସ୍ଲାଗ୍ ବ୍ୟବହାର ଉପରେ ବୈଜ୍ଞାନିକ ଗବେଷଣା କରିବା ପାଇଁ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଏକ ଜାତୀୟ ପ୍ରକଳ୍ପ ପ୍ରଦାନ କରାଯାଇଥିଲା, ଯେଉଁଥିରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ସହଯୋଗ କରିଥିଲା । ଫଳସ୍ୱରୂପ, ସିଏସଆଇଆର-ସିଆରଆରଆଇ ସହଭାଗୀତାରେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ଷ୍ଟିଲ୍ ସ୍ଲାଗ୍ ଏଗ୍ରିଗେଟ୍ସ ବ୍ୟବହାର କରି ଭାରତର ପ୍ରଥମ ‘ସମ୍ପୂର୍ଣ୍ଣ ଷ୍ଟିଲ୍ ସ୍ଲାଗ୍ ସଡ଼କ’ ହାଜିରା ଠାରେ ନିର୍ମିତ ହୋଇଥିଲା । ସମସ୍ତ ସ୍ତରର ପ୍ରାକୃତିକ ଏଗ୍ରିଗେଟ୍ସର ବିକଳ୍ପ ରୂପେ ଷ୍ଟିଲ୍ ସ୍ଲାଗ୍ ବ୍ୟବହାର କରି ନିର୍ମିତ ଏହି ସଡ଼କକୁ ତତ୍କାଳୀନ ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂହ ୨୦୨୨ ମସିହାରେ ଉଦଘାଟନ କରିଥିଲେ । ନିକଟ ଅତୀତରେ, ହାଜିରାଠାରେ ଏକ ଘରୋଇ ବନ୍ଦର ଭିତରେ ବିଶ୍ୱର ପ୍ରଥମ ଉପକୂଳବର୍ତ୍ତୀ ଷ୍ଟିଲ୍ ସ୍ଲାଗ୍ ସଡ଼କ ଉଦଘାଟିତ ହୋଇଥିଲା । ସୁରଟରେ ଆଉ ଏକ ଇସ୍ପାତ ସ୍ଲାଗ୍ ସଡ଼କ ‘ଏନଏଚ-୫୩ ହୀରା ବଜାର’ ମଧ୍ୟ ବିକଶିତ ହୋଇଥିଲା, ଯେଉଁଥିରେ ‘ଏଏମ୍/ଏନ୍ଏସ୍ ଆକାର’ ବ୍ୟବହାର କରାଯାଇଥିଲା । ଭାରତୀୟ ଇସ୍ପାତ କାରଖାନାଗୁଡ଼ିକରେ ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ୩୦୦ ନିୟୁତ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟର ପରିପ୍ରେକ୍ଷୀରେ ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୬୦ ନିୟୁତ ଟନ ଷ୍ଟିଲ ସ୍ଲାଗ ଉତ୍ପନ୍ନ ହେବ ବୋଲି ଆଶା କରାଯାଉଛି । ତେଣୁ, ଇସ୍ପାତ ମନ୍ତ୍ରଣାଳୟ ଷ୍ଟିଲ୍ ସ୍ଲାଗ୍ ସଡ଼କ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସାହିତ କରୁଛି ଏବଂ ଶିଳ୍ପ ଉପ-ଉତ୍ପାଦର ବହୁଳ ବ୍ୟବହାରକୁ ସୁଗମ କରିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ମିଳିତ ସହଯୋଗରେ ସକ୍ରିୟତାର ସହ କାର୍ଯ୍ୟ କରୁଛି। ଏହି ପଦକ୍ଷେପ ଭାରତର ବୃତ୍ତାକାର ଅର୍ଥନୀତିକୁ ସମର୍ଥନ କରୁଛି, ଯାହା ୨୦୫୦ ସୁଦ୍ଧା ୨ ଟ୍ରିଲିୟନ ଡଲାରରୁ ଅଧିକ ବଜାର ମୂଲ୍ୟ ସୃଷ୍ଟି କରିବ ଏବଂ ପ୍ରାୟ ୧୦ ନିୟୁତ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । Categories: ଓଡ଼ିଶା, ଦେଶ, ବାଣିଜ୍ୟ, ମହାନଗର, ହୋମ୍ Related Content SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026