Home ଓଡ଼ିଶା ଆଶ୍ରମ ବିଦ୍ୟାଳୟ ରୁ ଲଜ୍ଜ୍ୟା ଖବର : ଦୁଇ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳରେ ପୁଣି ଲଜ୍ୟା । ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା । ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଘଟିଛି । ମିଳିଥିବା ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ଆବାସିକ ବିଦ୍ୟାଳୟକୁ ଫେରିଥିଲେ । ହେଲେ ଏକ ମାସ ହେବାରୁ ମାସିକ ଋତୁସ୍ରାବ ତଦାରଖ କରିବା ସମୟରେ ଦୁଇ ଜଣ ଛାତ୍ରୀଙ୍କ ପଜିଟିଭ ଥିବା ଜଣାପଡ଼ିଛି । ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ଓ ତାଙ୍କ ନିର୍ଦ୍ଦେଶରେ ଡାକ୍ତରୀ ମାଇନାର ରିପୋର୍ଟରୁ ଉକ୍ତ ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା । ଉଭୟ କୋଟଗଡ଼ ଓ ବେଲଘର ଥାନା ଅଞ୍ଚଳର ବୋଲି ଜଣାପଡ଼ିଥିଲା । ଏହା ପରେ ପୃଥକ ଭାବରେ ଦୁଇଟି ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଲିଖିତ ଭାବରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି କୋଟଗଡ଼ ଥାନାରେ କେସ ନଂ.୧୦୩/୨୫ ଏବଂ ସେହିଭଳି ବେଲଘର ଥାନାରେ କେଶ ନଂ.୬୪/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବାବେଳେ ବେଲଘର ପୋଲିସ ଉକ୍ତ ଘଟଣାରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଛି। କୋଟଗଡ଼ ପୋଲିସ ମଧ୍ୟ ସଂପୃକ୍ତ ଯୁବକକୁ ଚିହ୍ନଟ କରିବାରେ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026 Vedanta Aluminium's Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods by Proprietor Abhimanyu Maharana September 24, 2026 ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana September 23, 2026