କନ୍ଧମାଳର ନୂଆ ଜିଲ୍ଲାପାଳ ହେଲେ ବେଦଭୂଷଣ

କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍)  :-  ରାଜ୍ୟ ସରକାର ଆଇଏଏସ ଅଧିକାରୀ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଶ୍ରୀ ବେଦଭୂଷଣଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ ବେଦଭୂଷଣ ଏହା ପୂର୍ବରୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ କାର୍ଯ୍ୟରତ ଥିଲେ। ସେହିଭଳି ବାଲିଗୁଡା ଉପଜିଲ୍ଲାପାଳ ଡ. ରୀନା ପ୍ରଧାନଙ୍କୁ କେନ୍ଦୁଝର ଡିଏମଏଫର ମୂଖ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିବା ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ।

Exit mobile version