Home ଓଡ଼ିଶା ଜାତୀୟ ମାଗାଜିନରେ କେଜିବିଭି ଛାତ୍ରୀ ବିଭୂତିଙ୍କ ସଫଳ କାହାଣୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଜାତୀୟସ୍ତରୀୟ ମାଗାଜିନ୍ ରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ । ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନ୍ ରେ ପ୍ରକାଶ ପାଇବ । ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳ ସ୍ଥିତ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ବିଭୂତି ମୁଣ୍ଡାଗାଡ଼ିଆ । ହାଣ୍ଡବଲ୍ ଖେଳ ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ସମର୍ପଣ ତାଙ୍କୁ ଆଜି ଜାତୀୟସ୍ତରରେ ପରିଚୟ ପ୍ରଦାନ କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଆନୁକୂଲ୍ୟରେ କୃତୀତ୍ବ ହାସିଲ୍ କରିଥିବା ବିଦ୍ୟାର୍ଥୀଙ୍କ ସଫଳ କାହାଣୀକୁ ନେଇ ଏକ ମାଗାଜିନ୍ ପ୍ରସ୍ତୁତ କରାଯାଉଛି । ଏହି ମାଗାଜିନ୍ ରେ ବିଭୂତି ମୁଣ୍ଡାଗାଡ଼ିଆଙ୍କ କାହାଣୀକୁ ସ୍ଥାନିତ କରାଯିବା ରାଜ୍ୟ ପାଇଁ ଗର୍ବର ବିଷୟ । ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ଭବିଷ୍ୟତରେ ଏକ ବଡ଼ ଅନ୍ତର୍ଜାତୀୟ ଖେଳାଳୀ ହେବା ପାଇଁ ସ୍ବପ୍ନ ଦେଖିଛନ୍ତି ବିଭୂତି ମୁଣ୍ଡାଗୁଡ଼ିଆ । ବାପା ମିସ୍ତ୍ରୀ କାମ କରୁଥିବା ବେଳେ ମାଆ କରନ୍ତି ଛତୁ ଚାଷ । ଆର୍ଥିକ ସ୍ଥିତି ଭଲ ନଥିବା ସତ୍ତ୍ବେ ଭଲ ପାଠ ପଢ଼ି ଖେଳିକୁଦି ଭଲ ମଣିଷ ହେବା ବିଭୂତିଙ୍କ ଇଚ୍ଛା । ତାଙ୍କର ସେହି ଇଚ୍ଛାକୁ ପୂରଣ କରୁଛି କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ । ବର୍ତ୍ତମାନ ଏବେ ବିଭୂତି ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ପାଠ ପଢିବା ସହ ଖେଳ ପ୍ରତି ରୁଚି ରଖୁଥିବା ବିଭୂତି ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରରେ ଅନେକ ପ୍ରତିଯୋଗିତାରେ ବିଜୟୀ ହେବା ପରେ ଜାତୀୟସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲେ । ଜୁନିଅର ନ୍ୟାସନାଲ୍ ସ୍କୁଲ ସ୍ପୋର୍ଟ୍ସ ହ୍ୟାଣ୍ଡବଲ ଚାମ୍ପିୟନସିପ୍ ରେ ସେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଦେଇଥିଲେ । ତାଙ୍କର ଏହି ସଫଳତାକୁ ସମ୍ମାନ ଜଣାଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଜାତୀୟ ମାଗାଜିନ୍ ରେ ବିଭୂତିଙ୍କ କାହାଣୀକୁ ସ୍ଥାନ ଦେବାକୁ ଯାଉଛି । ପ୍ରକାଶ ଥାଉକି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ବାଳିକା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ୨୦୦୪ ମସିହାରେ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଯୋଜନାରୁ ଶୁଭାରମ୍ଭ ହୋଇଥିଲା । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026