ପିକ୍ଅପ୍ ଧକ୍କାରେ ଯୁବକ ଗୁରୁତର

ବେଲପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର -ଖରିଆର ରାସ୍ତା ଚଟୁଅନକା ତାରିଣୀ ମନ୍ଦିର ନିକଟରେ ବୁଧବାର ଦିନ ପ୍ରାୟ ୮ ଟାରେ ପିକଅପ ଧକ୍କାରେ ବେଲପଡ଼ା ଥାନା ଅନ୍ତର୍ଗତ ବିଛୁବାହାଲି ଗାଁର ଦୁର୍ଜନ ବାଗଙ୍କ ପୁଅ ଆକାଶ ବାଗ (୨୫)ଙ୍କ ଗୁରୁତର ହୋଇଥିଲେ I କଣ୍ଟାବାଞ୍ଜି ପୁଲିସ ଆକାଶକୁ ଡାକ୍ତରଖାନାରେ ଭର୍ତି କରିଥିଲା I

ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା I ସୂଚନାରୁ ପ୍ରକାଶ ଯେ, ଆକାଶ ବେଲପଡ଼ାରୁ ନିଜ ଘର ବିଛୁବାହାଲି ଯିବା ପାଇଁ ଚଟୁଅନକା ଛକରେ ଓହ୍ଲାଇଥିଲେ I ଅଟୋ ଚାଳକଙ୍କୁ ଭଡ଼ା ଟଙ୍କା ଦେଇ ରାସ୍ତା ପାର ହେଉଥିବା ସମୟରେ କଣ୍ଟାବାଞ୍ଜି ପଟୁ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଧକ୍କା ଦେଇ ଫେରାର ହୋଇଯାଇଥିଲା I ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି I

Exit mobile version