Home ଓଡ଼ିଶା ଯୋଗ ଜିମ୍ନାଷ୍ଟିକ୍ସ ଓ ମାଲଖମ୍ବ କ୍ରୀଡା ପ୍ରଶିକ୍ଷକ ଗୁରୁ ସଞ୍ଜୟ ମିଶ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶିଖିବା, ଶିଖାଇବା ଓ ଶିକ୍ଷାଦାନ କରିବାରେ ଖୁସି ପାଆନ୍ତି ନିଆରା ବ୍ଯକ୍ତିତ୍ବ ଓ ସରଳତାରେ ପରିପୂର୍ଣ୍ଣ ଗୁରୁ ସଞ୍ଜୟ କୁମାର ମିଶ୍ର । ଐତିହ୍ଯ କଳା ସଂସ୍କୃତି ଓ କ୍ରୀଡା ପାଇଁ ପ୍ରସିଦ୍ଧ ସହର ଶ୍ରୀକ୍ଷେତ୍ର । ଝାଡେଶ୍ବରୀ କ୍ଲବ ସବୁ କ୍ରୀଡାବିତଙ୍କ ପରିଚିତ । ବିଭିନ୍ନ ଖେଳକୁଦର ଏନ୍ତୁଡିଶାଳ । ସେହି କ୍ଲବରେ ପ୍ରଶିକ୍ଷକ ଭାବେ କାର୍ଯ୍ଯ କରୁଛନ୍ତି ଗୁରୁ ସଞ୍ଜୟ କୁମାର ମିଶ୍ର । ଯୋଗାସନ,ଜିମ୍ନାଷ୍ଟିକ୍ସ ଓ ମାଲଖମ୍ବ ପ୍ରଶିକ୍ଷକ ଭାବେ ଶ୍ରୀ ମିଶ୍ର ସାରା ଭାରତରେ ପରିଚିତ । ପିତା ସ୍ବର୍ଗତ ଅବସରପ୍ରାପ୍ତ ଡିଏସପି ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ମାତା ଗୀତାରାଣୀ ମିଶ୍ରଙ୍କ ସୁପୁତ୍ର ସଞ୍ଜୟ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ । ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡାରେ ଜିମ୍ନାଷ୍ଟିକ୍ସ, ମାଲଖମ୍ବ ଓ ଯୋଗାସନରେ ପୁରସ୍କୃତ ହୋଇ ରାଜ୍ୟ ତଥା ଦେଶର ନାମ ରଖିଛନ୍ତି । ଝାଡେଶ୍ବରୀ କ୍ଲବରେ ୫୦ ଜଣ କ୍ରୀଡାବିତଙ୍କୁ ଶିକ୍ଷାଦାନ କରୁଛନ୍ତି । ଅଖିଳ ଭାରତୀୟ ଯୋଗ ଶିକ୍ଷକ ସଂଘ ପକ୍ଷରୁ ଆଦି ଯୋଗୀ ଯୋଗ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ରାଜପତ ଭବନ ଠାରେ ଉପଢୌକନ, ପ୍ରମାଣପତ୍ର ଓ ସିଲ୍ଡ ପ୍ରାପ୍ତ ହୋଇଛନ୍ତି । ରାଜସ୍ଥାନର କୋଟା ଠାରେ ଜିମ୍ନାଷ୍ଟିକ୍ସ ପାଇଁ ଆନ୍ତର୍ଜାତୀୟ ଆଚିଭର ଆୱାଡ ପ୍ରାପ୍ତ ହୋଇଛନ୍ତି । ତାଙ୍କ ଶିକ୍ଷାଦାନ ପାଇ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଛନ୍ତି । କ୍ରୀଡା କୌଶଳ ଅଭିନବ ଉପାୟରେ କ୍ରୀଡା ଶିଖେଇବାରେ ତାଙ୍କୁ ଆନନ୍ଦ ମିଳିଥାଏ ବୋଲି ଶ୍ରୀମିଶ୍ର କହିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026 କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ by Proprietor Abhimanyu Maharana August 4, 2026 ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ by Proprietor Abhimanyu Maharana August 4, 2026