ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ମଜଦୂର ସଂଘ (ବି ଏମ ଏସ)ର ୭୧ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ହାଟପଦା ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି। ଗତ ସତୁରି ବର୍ଷ ଧରି ରାଷ୍ଟ୍ର ହିତ,ଉଦ୍ୟୋଗ ହିତ, ଓ ଶ୍ରମିକ ହିତରେ ଭାରତୀୟ ମଜଦୂର ସଂଘ କାର୍ଯ୍ୟ କରିଆସୁଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଏମଏସର ଜିଲା ସଭାପତି ଅଶୋକ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ସଂଘର ୨ୟ ସଂଘ ଚାଳକ ମାଧବ ସଦାସିବ ଗୋଲୱାଲକର (ଗୁରୁଜୀ)ଙ୍କ ମାର୍ଗ ଦର୍ଶନରେ ଭାରତୀୟ ମଜଦୂର ସଂଘ(ବି ଏମ ଏସ) ୧୯୫୫ମସିହା ଜୁଲାଇ ମାସ ୨୩ତାରିଖରେ ଦତ୍ତୋପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଶ୍ରୀ ପରିଡା ସୂଚନା ଦେଇଥିଲେ ।

