Home ଓଡ଼ିଶା ପିଛା ଛାଡୁନି ବିବାଦ : ଟାକରା ହଷ୍ଟେଲରୁ ନିଖୋଜ ୪ ଅନ୍ତେବାସୀ ବିଦ୍ୟାଳୟ କୁ ଫେରିଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ପିଛା ଛାଡୁନି ବିବାଦ । ବିଭିନ୍ନ ସମୟରେ ନାନା ବିବାଦକୁ ନେଇ ଛନ୍ଦି ହୋଇ ରହୁଥିବା ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କତୃପକ୍ଷଙ୍କ , ବେପାରୁଆ ମନୋଭାବ ଓ ଦାୟୀତ୍ୱହୀନତା ଆଜି ପଦାରେ ପଡ଼ିବା ସହିତ ଦାଣ୍ଡରେ ପଡି ହାଟରେ ଗଡୁଛି । ମଙ୍ଗଳବାର ମଧ୍ୟାହ୍ନ ରୁ ୪ଜଣ ୮ମ ଶ୍ରେଣୀ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଥିବା ଘଟଣା ଚର୍ଚ୍ଚା ହୋଇଥିବା ବେଳେ , ବ୍ଲକ ସ୍ତରରୁ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଥିଲା ତନାଘନା । ଘଟଣା ସାମ୍ନାକୁ ନ ଆସିବା ପାଇଁ କତ୍ତୃପକ୍ଷ ଯେନତେନ ଆପ୍ରାଣ ଉଦ୍ୟମ କରିଥିବା ବେଳେ ,୪ ଛାତ୍ରଙ୍କ ଅଭିଭାବକ ପିଲାଙ୍କୁ ସୁରକ୍ଷିତ ଦେଖିବା ପାଇଁ ବିଦ୍ୟାଳୟ ଫାଟକ ସମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଗିବସିଥିଲେ । ପରେ ଘଟଣାକୁ ଚାପି ଦେବାକୁ ଯାଇ ବିଦ୍ୟାଳୟ କତୃପକ୍ଷ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । ଦୀର୍ଘ ୧୦ ଘଣ୍ଟା ପରେ ଅର୍ଥାତ ଗତକାଲି ରାତି ପ୍ରାୟ ୧୧:୩୦ ସମୟରେ ନିଖୋଜ ହୋଇଥିବା ୪ ଛାତ୍ରଙ୍କୁ ବିଦ୍ୟାଳୟ ଠାରୁ ପ୍ରାୟ ୨୦ ରୁ ୨୫ କିଲୋମିଟର ଦୂର ଘୁଗୁଡ଼ିପଡ଼ା ପଂଚାୟତର ଝାଟେକିବେରେଣା ଠାରୁ ବିଦ୍ୟାଳୟ କତୃପକ୍ଷ ଠାବ କରି ବିଦ୍ୟାଳୟକୁ ଆଣିଥିଲେ। ଅନ୍ୟପକ୍ଷେ ଏ ଘଟଣା ଅଭିଭାବକଙ୍କ ପାଖରେ ପହଂଚିବା ପରେ ସେମାନେ ଭୟଭୀତ ହୋଇ ରାତି ଅଧରେ ବିଦ୍ୟାଳୟ ସମ୍ମୁଖରେ ନିଜର ପିଲାଙ୍କୁ ଦେଖିବା ପାଇଁ ଜଗି ବସିଥିଲେ । ଖାଲି ସେତିକି ନୁହେଁ ବରଂ ପୂର୍ବରୁ ବିଦ୍ୟାଳୟରେ ପାଣି ସମସ୍ୟା ଦର୍ଶାଇ ଛୋଟ ପିଲାଙ୍କୁ ଗାଧେଇବା ପାଇଁ ଖରସ୍ରୋତା ବୃତ୍ତଙ୍ଗ ନଦୀକୁ ଛାଡ଼ିଦେବା ଘଟଣା ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହୋଇଥିଲା। ସାଧାରଣରେ ପ୍ରଶ୍ନ ଉଠେ ଯେଉଁ ବୃତ୍ତଙ୍ଗ ନଦୀରେ ଗତ ବର୍ଷ ବୁଡ଼ିଯାଇ ୩/୪ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ,ସେହି ନଦୀକୁ ବିଦ୍ୟାଳୟର କୌଣସି ଷ୍ଟାଫ କୁ ନ ପଠାଇ କେଉଁ ଭଳି ଏକାକୀ ପିଲାମାନଙ୍କୁ ପଠାଇ ଦେଉଛନ୍ତି ସ୍କୁଲ କତୃପକ୍ଷ ? ଏବେ ପୁଣି ନିଖୋଜ ହେବା ଘଟଣା । ଏ ସମସ୍ତ ଘଟଣା କୁ ଦେଖିଲା ମାତ୍ରେ ଟାକରା ହାଇସ୍କୁଲ ଆଉ ଛାତ୍ରଛାତ୍ରୀ ଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଅଛି । ଏ ସମସ୍ତ ଖବର ଜାଣିବାପରେ ବିଭାଗୀୟ ଅଧିକାରୀ ଆଜି ବିଦ୍ୟାଳୟରେ ପହଂଚି ତଦନ୍ତ କରୁଥିବା ବେଳେ ,ଏହାରି ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବିଭାଗୀୟ ଅଧିକାରୀ ନା ଖାଲି ତାଗିଦ କରି ଘଟଣା କୁ ଚାପି ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026 ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026