ରୋଟାରୀ କ୍ଲବ ପକ୍ଷରୁ ଆକ୍ୟୁପ୍ରେସର ଚିକିତ୍ସା ଶିବିର

ଫୁଲବାଣୀ  (ଓଡ଼ିଶା ତାଜା ନ୍ୟୁଜ୍) – ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ନାରାୟଣୀ ରୋଡ ସ୍ଥିତ କ୍ଳବ୍ ପରିସରରେ ଶୁକ୍ରବାର ୨୪ତାରିଖ ଠାରୁ ୨୯ତାରିଖ ଯାଏ ୬ଦିନ ବ୍ୟାପୀ ରାମ ମୋନୋହୋର୍ ଲୋହିଆ ଆରୋଗ୍ୟ ଜୀବନ ସଂସ୍ଥା ରାଜ ସ୍ଥାନ ଓ ରୋଟାରୀ କ୍ଲବ ଫୁଲବାଣୀ ମିଳିତ ସହଯୋଗ ରେ ଆକ୍ୟୁପ୍ରେଶର ଚିକିତ୍ସା ମାଧ୍ୟମ ରେ ବିଭିନ୍ନ ରୋଗର ଚିକିତ୍ସା କରାଯାଉଛି l

ଏଥିରେ ବିଶେଷ କରି ପିଠି ଯନ୍ତ୍ରଣା, ରକ୍ତଚାପ, ହାତ ପାଦର ଶୂନ୍ୟତା, ପେଟ ସମସ୍ୟା, ସାଇ ଟି କା, ଅଜମା, ଗଣ୍ଠି ରୋଗ ଆଦିର ସରଳ ଚିକିତ୍ସା କରାଯାଉଛି l ପ୍ରତ୍ୟହ ସକାଳ ୯ଟା ରୁ ୧୨ଟା ଓ ଅପରାହ୍ନ ୪ଟା ରୁ ୮ଟା ଯାଏ ଖୋଲା ରହୁଛି l

ଆଜିର ଉଦଘାଟନୀ ଉତ୍ସବରେ ଡାକ୍ତର ଏମ ଏ ଛୟl ନନ୍, ରାଜସ୍ଥାନ, ରୋଟାରୀ କ୍ଲବ ସଭାପତି ପ୍ରକାଶ ପଣ୍ଡା, ସମ୍ପlଦକ ବିରଜା ନାହାକ , ରୋଟା ରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ପ୍ରସନ୍ନ ପଣ୍ଡl ପଦ୍ମ ଚରଣ ମହାନ୍ତି, ପଦ୍ମ ଚରଣ ସ୍ବାଇଁ, କେ,ଜ୍ଞାନ ଦୋରା ଉର୍ମିଳା ପଣ୍ଡା, ଗୀତାଞ୍ଜଳି ନାହାକ, ଦେବେନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Exit mobile version