ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦୯୫୦ ଟଙ୍କା ଦାନ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ବର୍ତ୍ତମାନ ମହାମାରୀ କରୋନା ଚିଳିଥିବା ବେଳେ ଶିକ୍ଷକ ମାନଙ୍କ ମହାଦାନ ପ୍ରଶଂସନୀୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ଏହି ପଦକ୍ଷେପ ନିଶ୍ଟିତ ଭାବେ ପ୍ରଶଂସନୀୟ । ଆଜି ପାଇକମାଲ ବ୍ଲକ ପରିସର ମଧ୍ୟରେ ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଶିକ୍ଷକ ଓ କର୍ମଚାରୀ ଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦୯୫୦ ଟଙ୍କା ଉପଜିଲ୍ଲାପାଳ ତନ୍ମୟ ଦରଵାନ୍ ଙ୍କ ଜରିଆରେ ଦାନ କରିଛନ୍ତି ।

ଏହି ଅବସରରେ ବିଡିଓ ସୁରେନ୍ଦ୍ର ମେହେର, ବିଇଓ ଚୂଡାମଣି ବାରିକ, ଏବିଇଓ ସୁରେନ୍ଦ୍ର ପୁରୋହିତ, ଜନକଲାଲ ମେହେର, ମହାଦେବ ବେହେରା, ସୁଶାନ୍ତ କୁମାର ସାହୁ, କେଦାରନାଥ ରାଉତ, ଦେବେନ୍ଦ୍ର ନାଥ ସାହୁ, ବିନୋଦ ବିହାରୀ ମେହେର, ଶାନ୍ତନୁ ମେହେର, ଉମାକାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version