Home ଓଡ଼ିଶା ଅନଲାଇନ୍ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ନେବାକୁ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ବିରୋଧ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ୍ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୂଆଗାଁ ବ୍ଲକ୍ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ବିରୋଧ କରାଯାଇଛି।ନୂଆଗାଁ ବ୍ଲକ୍ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ତରଫରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ନ କରିବା ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉକି ନୂଆଗାଁ ବ୍ଲକ୍ ର ସମସ୍ତ ଅଞ୍ଚଳରେ ମୋବାଇଲ୍ ସେବା , ଇଣ୍ଟରନେଟ ଓ ଦକ୍ଷ ପରିଚାଳକ ନଥିବାରୁ ବର୍ତ୍ତମାନ ଏହି ବ୍ୟବସ୍ଥା ଲାଗୁ ନ କରିବା ପାଇଁ ବ୍ଲକ୍ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଅନୁରୋଧ କରିଛନ୍ତି । ସର୍ବନିମ୍ନ ସୁବିଧା ସରକାରଙ୍କ ତରଫରୁ ସୁନିଶ୍ଚିତ ନକରିବା ପର୍ଯ୍ୟନ୍ତ ଓ ଅନ୍ୟ ବ୍ଲକ୍ ରେ ଲାଗୁ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ଯଦି ନୂଆଗାଁ ବ୍ଲକ୍ ରେ ଲାଗୁ କରାଯାଏ ତେବେ ଗଣତାନ୍ତ୍ରିକ ଉପାୟରେ ରାଜ ରାସ୍ତାକୁ କୁ ଓହ୍ଲାଇବା ପାଇଁ ଜଣାଇଛନ୍ତି।ତତ୍ ସହିତ ସମସ୍ତ କର୍ମଚାରୀ ମାନଙ୍କୁ ସରକାରଙ୍କ ତରଫରୁ ମୋବାଇଲ୍ ପ୍ରଦାନ ସହ ମାସିକ ଇଣ୍ଟରନେଟ ପ୍ୟାକ୍ ର ବ୍ୟବସ୍ଥା,ସମସ୍ତ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି , ଶ୍ରେଣୀ ଅନୁସାରେ ଶିକ୍ଷକ ନିଯୁକ୍ତି ଅଣ ଶୈଖିକ କାର୍ଯ୍ୟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିବୃତ କରିବା ପାଇଁ ନୂଆଗାଁ ବ୍ଲକ୍ ର ବିଭିନ୍ନ ଶିକ୍ଷକ ସଂଘ ର ନେତା ସିମାଞ୍ଚଳ ସେନାପତି , ସୁରେଶ ଚନ୍ଦ୍ର ମହାପାତ୍ର, ବିନାୟକ ପରିଡ଼ା,ଅଶୋକ କୁମାର ପଣ୍ଡା , ଗତିକ୍ରିଷ୍ଣ ପ୍ରଧାନ,ସୁଧିର କୁମାର ପ୍ରଧାନ , ପୁରୁଷୋତ୍ତମ ଜାନୀ,ପ୍ରକାଶ କୁମାର ବେହେରା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ଜବାବ ତଲବ : ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାର ନୂଆ ମୋଡ଼ by Proprietor Abhimanyu Maharana September 30, 2026 ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ହସ୍ପିଟାଲରେ ଭର୍ତ୍ତି by Proprietor Abhimanyu Maharana September 30, 2026 ସର୍ବ ଭାରତୀୟ ସ୍ତରରେ "MY Bharat" (Mera Yuva Bharat) ଦ୍ଵାରା ଆୟୋଜିତ Seva pakhwada (ସେବା ପକ୍ଷ) ଅଭିଯାନ - ରଣପୁର by Proprietor Abhimanyu Maharana September 30, 2026 ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026