Home ଓଡ଼ିଶା ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ ଆଶୀର୍ବାଦ ଶୁଦ୍ଧ ଚକ୍କି ଅଟ୍ଟାରୁ ପ୍ରସ୍ତୁତ ଏବଂ ଡିଜିଟାଲ ପଦ୍ଧତିରେ ୩୦,୦୦୦ରୁ ଅଧିକ ପ୍ରସାଦ ଯୋଗାଣ କରିଥିଲା, ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଭାବଧାରା ସୃଷ୍ଟି ନିମନ୍ତେ ସକ୍ରିୟକରଣରେ ସର୍ବାଧୁନିକ ପ୍ରଯୁକ୍ତି ସହିତ ବିଧି ବିଧାନଗୁଡିକର ସମ୍ମିଶ୍ରଣ ଘଟାଇଥିଲା ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ପବିତ୍ର ରଥଗୁଡିକ ପୁରୀ ବଡଦାଣ୍ଡରେ ଐତିହ୍ୟସମ୍ପନ୍ନ ରଥଯାତ୍ରା ସମୟରେ ଭାରତର ୧ ନମ୍ବର ପ୍ୟାକେଜ୍ଡ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ଭକ୍ତଗଣଙ୍କ ନିମନ୍ତେ ତାହାର ନବୋନ୍ମେଷୀ ଅଭିଯାନ ‘ଭକ୍ତି ପଥେ’ (ଭକ୍ତିର ମାର୍ଗ) ଜରିଆରେ ଏକ ରୂପାନ୍ତରଣକାରୀ ଆଧ୍ୟାତ୍ମିକ ଅନୁଭୂତି ଆଣିଦେଇଥିଲା । ଜୁନ୍ ୨୭ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ନବଦିନ ବ୍ୟାପୀ ଅନୁଷ୍ଠିତ ଏହି ଯାତ୍ରାରେ ବାସ୍ତବ କ୍ଷେତ୍ରସ୍ତରରେ ସକ୍ରିୟକରଣ ଅନ୍ୟତମ ସର୍ବାଧିକ ନିୟୋଜନକାରୀ ବିଷୟବସ୍ତୁ ହୋଇଥିଲା, ଯାହା ୧ ଲକ୍ଷରୁ ଅଧିକ ଭକ୍ତଙ୍କୁ ଆକୃଷ୍ଟ କରିଥିଲା ଏବଂ ସେମାନେ ନିଜକୁ ଏକ ମର୍ମସ୍ପର୍ଶୀ, ପ୍ରଯୁକ୍ତି ପରିଚାଳିତ ଆଧ୍ୟାତ୍ମିକ ଯାତ୍ରାରେ ତଲ୍ଲୀନ କରାଇଥିଲେ । ଏହି ଧରଣର ପ୍ରଥମ ପ୍ରୟାସ ଭାବରେ ଆଶୀର୍ବାଦର ‘ଭକ୍ତି ପଥେ’ ରଥ ଯାତ୍ରାର ସାଂସ୍କୃତିକ ପବିତ୍ରତା ସହିତ ସର୍ବାଧୁନିକ ସମୟର ଡିଜିଟାଲ ନବସୃଜନର ସମ୍ମିଶ୍ରଣ ଘଟାଇ ଆଧ୍ୟାତ୍ମିକ ନିୟୋଜନତାର ପୁନଃପରିକଳ୍ପନା କରିଥିଲା । ଆଶୀର୍ବାଦ ଶୁଦ୍ଧ ଚକ୍କି ଅଟ୍ଟାକୁ ବ୍ୟବହାର କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଭର୍ଚୁଆଲ ପଦ୍ଧତିରେ ପ୍ରସ୍ତୁତ ପ୍ରସାଦକୁ ନେଇ ଭକ୍ତମାନଙ୍କ ସହିତ ଏକ ଆନ୍ତଃ କ୍ରିୟାଶୀଳ ଡିଜିଟାଲ ଜୋନ୍ରୁ ଏହି ଯାତ୍ରା ଆରମ୍ଭ ହୋଇଥିଳା । ଏହି ଭକ୍ତିଭାବ ପୂର୍ଣ୍ଣ କାର୍ଯ୍ୟ ସହିତ ବ୍ୟକ୍ତିଆଧାରିତ ଏକ ଏଆଇ-ସୃଷ୍ଟ ରଥ ଯାତ୍ରା ଅଭିନନ୍ଦନ ଆୟୋଜନ କରାଯାଇଥିଲା ଯାହା ଦର୍ଶକମାନଙ୍କୁ ସେମାନଙ୍କ ଆଧ୍ୟାତ୍ମିକ ମୁହୂର୍ତ୍ତଗୁଡିକର କିଛି ଅଂଶ ନିଜ ଘରକୁ ନେଇଯିବାକୁ ସୁଯୋଗ ପ୍ରଦାନ କରିଥିଲା । ୩୦,୦୦୦ରୁ ଅଧିକ ଡିଜିଟାଲ ପ୍ରସାଦ ଯୋଗାଣ ସୃଷ୍ଟି କରାଯାଇଥିଲା ଯାହା ଏହି ପାର୍ବଣକୁ ଉଭୟ ଅନ୍ତରଙ୍ଗ ଏବଂ ସହଭାଗୀତାପୂର୍ଣ୍ଣ କରି ଗଢିତୋଳିଥିଲା । ଏକ ବିଶାଳ ଏଲଇଡି ପରଦା ନାଟକୀୟ ଭାବରେ ବିଭାଜିତ ହୋଇ ଖୋଲିବା ସମୟରେ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ସେମାନଙ୍କ ନୈସର୍ଗିକ ରଥଗୁଡିକରେ ଉପବେଶନ କରିଥିବା ଦେଖିବାକୁ ମିଳିବା ସହିତ ଭକ୍ତଗଣଙ୍କ ନିମନ୍ତେ ହଲୋଗ୍ରାଫିକ ଦର୍ଶନ ଭକ୍ତଗଣଙ୍କୁ ଆଧ୍ୟାତ୍ମିକ ଅନୁଭୂତି ଆଣିଦେଇଥିଲା । ଉପସ୍ଥିତ ଭକ୍ତଗଣ ‘ଜୟ ଜଗନ୍ନାଥ’ ଧ୍ୱନିରେ ଉକ୍ତ ସ୍ଥାନକୁ ପ୍ରକମ୍ପିତ କରୁଥିବାବେଳେ ଉକ୍ତ ମୁହୂର୍ତ୍ତ ଏକ ସାମୂହିକ ଭକ୍ତିଭାବନା ଜାଗ୍ରତ କରିଥିଲା । ଏହା ପରମ୍ପରାକୁ ସମ୍ମାନ ପ୍ରଦର୍ଶନ ସମୟରେ ହୃଦୟକୁ ସ୍ପର୍ଶ କରିବା ଦିଗରେ ସକ୍ରିୟକରଣର ସାମର୍ଥ୍ୟର ଏକ ଶକ୍ତିଶାଳୀ ନିଦର୍ଶନ ହୋଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026