ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦିବ୍ଯଜ୍ଯୋତି ପରିଡା ଯୋଗ ଦେବେ । ସେ ଗଞ୍ଜାମ ଜିଲ୍ଲାର କାର୍ଯ୍ଯରତ ଜିଲ୍ଲାପାଳ ଥିଲେ । ସବୁ ମହାପ୍ରଭୁଙ୍କ ଇଛା । ଜୁନ ୨୭ରେ ବିଶ୍ବପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ଗୁଣ୍ଡିଚା ଦିନ ନନ୍ଦିଘୋଷ ରଥ ଘୁଞ୍ଚି ପାରିଲା ନାହିଁ । ୨୮ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିଥିଲା ।
୨୯ ତାରିଖ ଭୋର ୪ଟା ୨୦ରେ ତିନିରଥ ସମ୍ମୁଖରେ ଦଳାଚକଟା ଯୋଗୁ ତିନି ଜଣ ମୃତ୍ୟୁବରଣ କରିଥିଲେ । ସେହିଦିନ ପୁରୀର ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କ ବଦଳି ହୋଇଥିଲା । ୩୦ ତାରିଖ ଦିନ ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ଏସପି ଭାବେ ପିନାକ ମିଶ୍ର ଯୋଗ ଦେଇଥିଲେ ।
