
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମାରୱାଡି ମହିଳା ସମିତି, ଭୁବନେଶ୍ୱର ଶାଖା ପକ୍ଷରୁ ଦୁଇ ଦିନ ଧରି ସାୱନ ମେଳାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଥିଲେ । ଏହି ମେଳା ଦୁଇ ଦିନ ଧରି ଚାଲିବ । ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଊଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଉଥିବା ସହ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ବଦ୍ଧ ପରିକର ।

