Home Uncategorized ନିଖୋଜ ଶ୍ରମିକ ଙ୍କ ମୃତଦେହ ପୋଖରୀରୁ ମିଳିଲା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶୋବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି ପୋଖରୀ ହୁଡାରେ ରହିଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ସେ ପୋଖରୀରେ ବୁଡ଼ିଯାଇଥିବେ ବୋଲି ସନ୍ଦେହ କରିଥିଲେ । ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ସନ୍ଧ୍ୟାରେ ଖୋଜାଖୋଜି କରିଥିଲେ ହେଁ ଅନ୍ଧାର ଯୋଗୁ ଯଶୋବନ୍ତଙ୍କୁ ଖୋଜିପାରି ନ ଥିଲେ। ମଙ୍ଗଳବାର ଭୋର ସମୟରେ ଯଶୋବନ୍ତଙ୍କ ପରିବାର ଲୋକ ପୁଣି ପୋଖରୀକୁ ଯାଇ ଖୋଜିବା ସମୟରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ମୃତଦେହ ପୋଖରୀରୁ ବାହାର କରିଥିଲେ । ଦାରିଙ୍ଗବାଡି ଥାନାର ସବଇନ୍ସପେକ୍ଟର ଜୟନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ରୁଜୁ କରାଯାଇ ଅଧିକା ତଦନ୍ତ କରାଯାଉଥିବା ପୋଲିସ କହିଛି। ସୂଚନାଯୋଗ୍ୟ ଯେ, ମୃତ ଯଶୋବନ୍ତ ପ୍ରତିଦିନ ଭଳି ସୋମବାର ଭୋର ୪ ଟାରୁ ଘରୁ ବାହାରିଥିଲେ ସନ୍ଧ୍ୟା ହୋଇଯାଇଥିଲେ ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ତାଙ୍କୁ ଖୋଜାଖୋଜି କରୁଥିଲେ ଏହି ସମୟରେ ତାଙ୍କ ଦୀର୍ଘ ସମୟ ହେଲା ପୋଷାକ ପୋଖରୀ ହୁଡାରେ ରହିଥିବା ଖବର ପାଇ ସନ୍ଦେହ ଉପୁଜିଥିଲା । Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026