ତନି ଭଉଣୀଙ୍କୁ ୬ଜଣ ଯୁବକଙ୍କ ଅସଦାଚରଣ ଦୁଇ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ସଦରଥାନା ଅଞ୍ଚଳ କଣ୍ଠପୁର ଗ୍ରାମର ତିନି ଭଉଣୀ ପୁରୀ ଶ୍ରୀମନ୍ଦିର ଦର୍ଶନ କରି ଘରକୁ ଫେରୁଥିଲେ । ସମଙ୍ଗ ପାର୍କିଙ୍ଗ ନିକଟସ୍ଥ ୬ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ତିନି ଭଉଣୀଙ୍କୁ ଅସଦାଚରଣ କରିବା ସହ ମନିପର୍ସ ଓ ମୋବାଇଲ ଛଡାଇ ନେଇ ଯାଇଥିଲେ । ନିଛାଟିଆ ଜଙ୍ଗଲ ରାସ୍ତାରେ ସାହସର ସହିତ ଅନ୍ଯ ଏକ ମୋବାଇଲରେ ବାପାଙ୍କୁ ଫୋନ କରିବାରେ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଦୁଇ ଜଣ ଯୁବକଙ୍କୁ କାବୁ କରିବା ସହ ସଦରଥାନା ଜିମା ଦେଇଥିଲେ । ପୋଲିସ ସେମାନଙ୍କ ଠାରୁ ମୋବାଇଲ ଜବତ କରି ଥାନାରେ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । କୋର୍ଟ ସେମାନଙ୍କ ନାମାଜୁର କରି ଜେଲ ହାଜତକୁ ପଠାଇଛି । ପୋଲିସ ଅନ୍ଯ ୪ଜଣଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି । ଗୋପାଳପୁର ଗଣଦୁଷ୍କର୍ମ, ବାଲେଶ୍ବର ଏଫଏମ କଲେଜର ସୌମ୍ୟାଶ୍ରୀଙ୍କ ଆତ୍ମହୁତି, ପୁରୀ ବଳଙ୍ଗା ଅଞ୍ଚଳର ନାବାଳିକାକୁ ପୋଡିବା ଘଟଣା ପରେ ଏହି ଘଟଣା ଯୋଗୁ ରାଜ୍ୟରେ ମହିଳା, ଯୁବତୀ ଓ ଛାତ୍ରୀମାନେ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ବିରୋଧୀ ଦଳ ଦାବି କରିଛନ୍ତି ।

Exit mobile version