ତେନ୍ତୁଳି ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ

ଗଜପତି (ଓଡ଼ିଶା ତାଜା ନ୍ୟୁଜ୍)  :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତାଳମଣ୍ଡା ଗ୍ରାମର ମୁଖ୍ୟ ରାସ୍ତା ରେ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହେଇ ଯାଇଛି । ଯାହା ଫଳରେ ଉକ୍ତ ରାସ୍ତା ରେ ଯାତାୟତ ଠପ୍ ହୋଇ ଯାଇଥିଲା ।

ପରେ ଖବର ପାଇ ରାୟଗଡ ଅଗ୍ନିଶମ ବାହିନୀର ଯବାନ ମାନେ ପହଞ୍ଚି ଉକ୍ତ ଗଛଟି କୁ କାଟି ରାସ୍ତା ଅବରୋଧ ହଟାଇ ଥିଲେ । ଯାହାକୁ ନେଇ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅପରାହ୍ନ ପାଞ୍ଚଟା ବେଳେ ଏ ନେଇ ସୂଚନା ପ୍ରଦାନ କରାଯାଇଛି ।

Exit mobile version