ପଦ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶାର ସମ୍ବଲପୁରୀ ବସ୍ତ୍ରାଳୟ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତକୁ ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ କରାଯିବା ନେଇ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଆଲୋଚନା କରିଛନ୍ତି । ପଦ୍ମପୁର ଠାରେ ଏକ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସେ ଦାବି କରିଛନ୍ତି ।
