ବିଜେଡି ର ଆର୍ ଡି ସି ଅଫିସ ବିକ୍ଷୋଭ ପ୍ରଦର୍ଶନରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରୁ ୧ ହଜାର ରୁ ଉର୍ଦ୍ଧ କର୍ମୀ ଙ୍କ ଯୋଗଦାନ

ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :-  ବାଲେଶ୍ୱର ଏଫ୍ ମ କଲେଜ ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଓ ରାଜ୍ୟରେ ମହିଳା ସୁରକ୍ଷା ଦାବିରେ ସମ୍ବଲପୁର ଆର୍ ଡି ସି ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ୧ ହଜାର ରୁ ଉର୍ଦ୍ଧ କର୍ମୀ ଯୋଗଦାନ କରିଥିଲେ I ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜେଲ ଛକ ରୁ ନେଲସନ ମଣ୍ଡେଲା ଛକ ଦେଇ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରେଲି ଅନୁଷ୍ଠିତ ହୋଇଥିଲା I

ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଏବଂ ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ରାଜ୍ୟ ପରିଷଦ ସଦସ୍ୟ ଅରୁଣ କୁମାର ପ୍ରଧାନ, ରେଢ଼ାଖୋଲ ବ୍ଲକ ସଭାପତି ଉଦିତ ତ୍ରିପାଠୀ, ଯୁଯୋମୂରା ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡା,

ଯୁବ ନେତା ସମ୍ଭୁ ନନ୍ଦ, ରେଢ଼ାଖୋଲ ବିଜ୍ଞ୍କIପିତ ଅଂଚଳ ପରିଷଦ ପୂର୍ବତନ ଉପାଧ୍ୟକ୍ଷ ସୁନୀଲ ପ୍ରଧାନ, ନାକଟିଦେଉଳ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁ, ଅନାଦି ସାହୁ, ରାଜକିଶୋର ପ୍ରଧାନ, ସଞ୍ଜୟ ଭୋଇ, ଚିତ୍ତ ରଞ୍ଜନ ବାଗ, ପ୍ରଫୁଲ୍ଲ ମିର୍ଦ୍ଧା, ପ୍ରଫୁଲ୍ଲ ମଗର, ସୁଶାନ୍ତ ମେହେର, ବଳରାମ ସାହୁ, ବିପିନ ନାୟକ ପ୍ରମୁଖ ଙ୍କ ତତ୍ୱାବଧାନ ରେ କର୍ମୀ ମାନେ ଯୋଗଦାନ କରିଥିଲେ I

Exit mobile version