Home ଓଡ଼ିଶା ବ୍ରହ୍ମଗିରିରେ ଗ୍ରାମ୍ୟ ନ୍ୟାୟାଳୟର ନୂତନ ଗୃହ ଉଦଘାଟିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ଦିନ ବ୍ରହ୍ମଗିରିରେ ଗ୍ରାମ୍ୟ ନ୍ୟାୟାଳୟର ନୂତନ ଗୃହ ଉଦଘାଟିତ ହୋଇଯାଇଛି l ଆଭାସି ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ତଣ୍ଡନଙ୍କ ଦ୍ଵାରା ଉଦଘାଟନ କରାଯାଇଥଲା l ମୁଖ୍ୟ ବିଚାରପତି ଙ୍କ ସହିତ ବିଚାରପତି ଏସ କେ ସାହୁ ରହିଥିଲେ। ନୂତନ ଭାବେ ନିର୍ମାଣ କରାଯାଇଥିବା ଗ୍ରାମ ନ୍ୟାୟଳୟରେ ଜିଲ୍ଲା ଜଜ ଅଜନ୍ତା ଷଢଙ୍ଗୀ,ଅତିରିକ୍ତ ଜିଲ୍ଲା ଜଜ ସୈକତ ପାତ୍ର ଓ ବ୍ରହ୍ମଗିରି ନ୍ୟାୟାଧିକାରୀ ନିତ୍ୟାନନ୍ଦ ଚୌବେ ଉପସ୍ଥିତ ରହିଥିଲେ l ବ୍ରହ୍ମଗିରି ରେ ପ୍ରଥମ କରି ଜୁନ ମାସ ୭ତାରିଖ ୨୦୨୧ ଠାରୁ ଏହି ଗ୍ର୍ୟାମ ନ୍ୟାୟାଳୟ ବ୍ରହ୍ମଗିରି ପଂଚାୟତ କାର୍ଯ୍ୟାଳୟରେ ପରିସରରେ ଭଡ଼ାରେ କାର୍ଯ୍ୟକାରି କରୁଥିଲା । ଏହି ଗ୍ରାମ ନ୍ୟାୟାଳୟର ନୂତନ ଗୃହ ର ଭିତ୍ତିପ୍ରସ୍ତର ସ୍ଥାପନ ଫେବୃଆରୀ ୪ ତାରିଖ ୨୦୨୩ ରେ କରାଯାଇଥିଲା । ପାଖାପାଖି ଅଢେଇ ବର୍ଷ ପରେ ନ୍ୟାୟାଳୟ ର ଗୃହ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା । ଆଜି ସେହି ଶୁଭ ଦିନକୁ ସମସ୍ତ ଅଞ୍ଚଳବାସୀ ତଥା ବ୍ରହ୍ମଗିରି ର ଓକିଲ ସଂଘ ର ସମସ୍ତ ସଦସ୍ୟ ଅପେକ୍ଷା କରିଥିଲେ। ଏହି ନ୍ୟାୟାଳୟ ହେବା ଦ୍ୱାରା ବ୍ରହ୍ମଗିରି ଅଞ୍ଚଳବାସୀ ଘର ପାଖରେ ନ୍ୟାୟ ପାଇ ପାରିବେ ବୋଲି କିଛି ଆଇନିଜୀବୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲିଦାର ଶଶୀଭୂଷଣ ମିଶ୍ର, ଅଡିସିନାଲ ତହସିଲଦାର ଶରତ କୁମାର ଦେହୁରୀ ,ଏସ ଡିପିଓ ରବିନାରାୟଣ ଭଞ୍ଜ, ବ୍ରହ୍ମଗିରି ଆଇ ଆଇ ସି ପ୍ରାଞ୍ଜl ମହାନ୍ତି ଓ ବାର ଆସୁଏସନ ସମସ୍ତ କାର୍ଯ୍ୟରତ ଆଇନୀଜୀବି ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026