ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବ ଭାରତର ଅଗ୍ରଣୀ ବନ୍ଦର ଲଜିଷ୍ଟିକ୍ସ କମ୍ପାନୀ, ଆଦାନୀ ପୋର୍ଟସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏପିଏସ୍ଇଜେଡ୍) ପକ୍ଷରୁ ‘କନେକ୍ଟ ୨.୦’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ‘ଟୁଗେଦର୍ସ ଟୁୱାର୍ଡସ ଟୁମୋରୋ’ ଶୀର୍ଷକ ଉପରେ ପର୍ଯ୍ୟବେଷିତ ଥିଲା । ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ରାଜ୍ୟରୁ ପୋର୍ଟକୁ ସହଯୋଗ କରୁଥିବା ସମନ୍ୱିତ ମଲ୍ଟି-ମୋଡାଲ ଲଜିଷ୍ଟିକ୍ କମ୍ପାନୀ, ରେଳବାଇ, ଟ୍ରକ୍ ନେଟ୍ୱର୍କ ପ୍ରମୁଖ ନୌବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଧାମରା ପୋର୍ଟ, ଗୋପାଳପୁର ପୋର୍ଟ ଏବଂ ହଳଦିଆ ଟର୍ମିନାଲର ମିଳିତ ଶକ୍ତିକୁ ପ୍ରଦର୍ଶିତ କରିଥିଲା ।
