ବାଲିପାଟଣା ଶିକ୍ଷା ବିଭାଗର କ୍ଲଷ୍ଟର୍ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା,ବାଲିପାଟଣା ଗୋଷ୍ଠୀ ଶିକ୍ଷା ବିଭାଗର ଅଧୀନ ୧୦ ଟି ଯାକ କ୍ଲୁଷ୍ଟରରେ ସି ଆର ସି ସି ମାନଙ୍କ ତତ୍ତ୍ଵାବଧାନରେ କ୍ଲୁଷ୍ଟର୍ ସ୍ତରୀୟ ଏକ ଦିବସୀୟ ତାଲିମ ଶିବିରମାନ ଆଜି ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷା ନୀତିରେ ଅନ୍ତର୍ଭୁକ୍ତ ହୋଇଥିବା ବାଲ ବାଟିକା କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଜ୍ଞାନ ଆହରଣ ସହିତ ଶିଶୁ ମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବାକୁ ଶିକ୍ଷକ ମାନେ କିପରି ଅଧିକ ଯତ୍ନବାନ ହୋଇପାରିବେ ସେ ସମ୍ପର୍କରେ ଏଠାରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଧାନହରା କ୍ଲଷ୍ଟର ଠାରେ ବ୍ଲକ ଶିକ୍ଷାଧିକାରୀ ଡ୍ ପ୍ରଭାତ କୁମାର ରଥ,ଜିଲ୍ଲା ଶିକ୍ଷା ପ୍ରଶିକ୍ଷୀକା ରଶ୍ମିରେଖା ସ୍ୱାଇଁ,ଜିଲ୍ଲା ଯୋଜନା ସଂଯୋଜନା ଅଧିକାରୀ ମନସ୍ଵିନୀ ପ୍ରଧାନ,ବିପିନ ବିହାରୀ ହାଇ ସ୍କୁଲ୍ ପ୍ରଧାନ ଶିକ୍ଷକ ତପନ କୁମାର ରାଉତ,ସ୍ମିତଞ୍ଜଳି ଜେନା,ସ୍ବିଟି ଦଳାଇ ଓ ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ।

ଏହି ଅବସରରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।କାର୍ଯ୍ୟକ୍ରମକୁ ସି ଆର ସି ସି ଝୁନି ଦେଇ ପରିଚାଳନା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଳରାମ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଭିନ୍ନ ସ୍ଥାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Exit mobile version