Home ଓଡ଼ିଶା ବିଏସ୍ଏନ୍ଏଲ ସେବା ଠପ : ଅନଲାଇନ ସେବାରୁ ଉପଭୋକ୍ତା ବଞ୍ଚିତ – ଯୋଗାଯୋଗ ବିଚ୍ଛିନ୍ନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଠାରେ ଗତ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ବିଏସ୍ଏନ୍ଏଲର ମୋବାଇଲ ନେଟ୍ଓ୍ବର୍କ ସେବା ଅଚଳ ହୋଇପଡ଼ିଛି। ଫଳରେ ଉପଭୋକ୍ତାମାନେ ହଇରାଣ ଭୋଗୁଛନ୍ତି। ମୋବାଇଲ ସେବା ଅଚଳ ଯୋଗୁ ଗ୍ରାହକ ସେବାକେନ୍ଦ୍ର ସମେତ କ୍ଷୁଦ୍ର ବ୍ୟାଙ୍କ, ଅନ୍ଲାଇନ କାର୍ଯ୍ୟ ସମେତ ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଗତ ୨୦୦୮ରୁ ସ୍ଥାପନ ହୋଇଥିବା ଏହି ସେବା ଏବେ ପୂର୍ବପେକ୍ଷା ଅଧିକ ସମୟ ଅଚଳ ହୋଇପଡୁଛି। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବିଏସ୍ଏନ୍ଏଲ୍ର ଜେନେନେଟର ଅଚଳ ହୋଇପଡ଼ିଥିବା ବେଳେ ତାକୁ ମରାମତି କରାଯାଉନାହିଁ କି ନୂତନ ଜେନେନେଟର ସ୍ଥାପନ କରାଯାଉନାହିଁ । ସେହିପରି ବିଏସ୍ଏନ୍ଏଲ୍ ଟାଓ୍ବାର ଓ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ୫-ଜି ଜିଓ ନେଟ୍ଓ୍ବର୍କ ମିଳିତ ସଂଯୋଗ କରାଯାଇଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ହେଲେ ବିଏସ୍ଏନ୍ଏଲର ୪-ଜି ଏବଂ ଜିଓ ୫-ଜିକୁ ମଧ୍ୟ ଜେନେନେଟର ଅଚଳ ଯୋଗୁ ବନ୍ଦ କରିଦିଆଯାଉଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏବେ ବିଏସ୍ଏନ୍ଏଲ୍ ନେଟ୍ଓ୍ବର୍କ ଏତେଦିନ ମରାମତିରେ ବିଳମ୍ବ ଯୋଗୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବାଧାସୃଷ୍ଟି ହୋଇଛି। ଏନେଇ ବିଭାଗର କନ୍ଧମାଳ ଡିଜିଏମ୍ ବୃନ୍ଦାବନ ମାଝୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ମତାମତ ଦେବା ପାଇଁ ମନା କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026