Home ଓଡ଼ିଶା ଦାରିଙ୍ଗବାଡି ଓ ବେଲଘର ଜନଜାତିଙ୍କ ବସ୍ତିରେ ଖୋଲିବ ‘ହୋମ୍ ଷ୍ଟେ’ ବ୍ୟବସ୍ଥା : ସର୍ଭେ କାର୍ଯ୍ୟ ଆରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏଥିପାଇଁ ନୂତନ ଯୋଜନାକୁ ସଫଳ କରିବା ପାଇଁ ସର୍ଭେ କାର୍ଯ୍ୟ କରାଉଛନ୍ତି। ବିଶେଷକରି କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିବା ବେଳେ ପର୍ଯ୍ୟଟକମାନେ ଆଦିବାସୀଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ନାଚ, ବାଦ୍ୟଯନ୍ତ୍ର, ପୂଜା ପାର୍ବଣ, ଧରଣୀ ପେନୁଙ୍କ ପୂଜା ପଦ୍ଧତି, ଅଳଙ୍କାର ଧାରଣ, ପାରମ୍ପରିକ ଚାଷ, ସେମାନଙ୍କ ଅତୀତ ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି ତେଣୁ ଏହି ସବୁ ଜାଣିବା ଓ ଗାଁ ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ସହ ସ୍ବାବଲମ୍ବୀ କରାଯିବା ପାଇଁ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନଜାତିଙ୍କ ବସ୍ତିରେ ଖାଲି ପଡ଼ିଥିବା ଜମିରେ ‘ହୋମ୍ ଷ୍ଟେ’ର ବ୍ୟବସ୍ଥା କରିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲାରେ ଜନଜାତି ଉନ୍ନୟନ ସଂସ୍ଥା ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ୍ସପର୍ଟଙ୍କ ମିଳିତ ସର୍ଭେ କାର୍ଯ୍ୟ କରାଯାଉଛି । ତୁମୁଡିବନ୍ଧ ବ୍ଲକ ବେଲଘର ପର୍ଯ୍ୟଟନକ୍ଷେତ୍ରର ଦେଓଗଡ଼ାଠାରେ ‘ହୋମଷ୍ଟେ’ କରାଯିବାକୁ ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକର ଗ୍ରୀନବାଡ଼ି ପଞ୍ଚାୟତ ସମେତ ସିଆଙ୍ଗବାଲିର କିସୁବାଡ଼ି ଦାସିଙ୍ଗବାଡ଼ି ପଞ୍ଚାୟତର ମିଡିୟୁବାନ୍ଦା ଜଳପ୍ରପାତ, ଦାରିଙ୍ଗବାଡ଼ି ପଞ୍ଚାୟତର ହିଲଭିୟୁ ପାର୍କ ନିକଟ ହାତୀମୁଣ୍ଡା ପଞ୍ଚାୟତ ପୀଡିକାରିପି ଆଦି ଅଞ୍ଚଳରେ ସର୍ଭେ କରାଯାଉଥିବା ବିଷୟ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି । ଏହା ସରକାରଙ୍କ ଧରଣୀ ଆବା ଜନଜାତୀୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ତଥା ଭାରତ ଦର୍ଶନ ଚିନ୍ତାକଳ୍ପରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ଯୋଜନା ରେ ଏହା କରାଯିବ। ଗାଁ ମଝିରେ ହୋମଷ୍ଟେ କରାଗଲେ ଗାଁର ବାସ୍ନାକୁ ପର୍ଯ୍ୟଟକ ଅନୁଭବ କରିପାରିବେ। ପର୍ଯ୍ୟଟକ ମାନେ ଦାରିଙ୍ଗବାଡ଼ି ବୁଲିବାକୁ ଆସି ଦିନରେ ଆସି ଦିନରେ ଫେରିଯାଇଥାନ୍ତି। ଯଦି ସେମାନଙ୍କ ପାଇଁ ଗାଁରେ ହୋମଷ୍ଟେ ବ୍ୟବସ୍ଥା କରାଗଲେ ସେମାନେ ରାତ୍ରିଯାପନ କରିବା ସହ ଗାଁ ବିଷୟରେ ଜାଣିପାରିବେ ଗାଁର ବୃଦ୍ଧ ବୃଦ୍ଧା ମାନଙ୍କ ଠାରୁ ପୁରୁଣା ସ୍ମୃତି କାହାଣୀ ଭଳି ଶୁଣି ଜାଣିପାରିବେ। ସେମାନଙ୍କ ଚଳଣି ସମ୍ପର୍କରେ ଜାଣିବା ସହ ସ୍ଥାନୀୟ ଏସଏଚ୍ଜି ମାନଙ୍କ ଠାରୁ ପର୍ଯ୍ୟଟକ ପାରମ୍ପରିକ ଖାଦ୍ୟ ଖାଇବାକୁ ପାଇବେ। ଫଳରେ ଗାଁ ପରିବେଶ ଦେଖିବାକୁ ଜାଣିବାକୁ ଆସୁଥିବା ସହରୀ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିପାରିବ ବୋଲି ସେ କହିଛନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋମଷ୍ଟେରେ ମୌଳିକ ସମସ୍ତ ବ୍ୟବସ୍ଥା ରହିବା ସହ ସମ୍ପୂର୍ଣ୍ଣ ଗାଁ ଭଳି ହୋମଷ୍ଟେଟି ପର୍ଯ୍ୟଟକଙ୍କୁ ଅନୁଭୂତି କରାଇ ପାରିବ ବୋଲି କୁହାଯାଇଛି। ଏହି ସର୍ଭେ ଦଳରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କ ସହ ଭୁବନେଶ୍ୱରର ପର୍ଯ୍ୟଟନ ବିଭାଗର ଏକ୍ସପର୍ଟ ଶ୍ରଦ୍ଧା ହୋତାଙ୍କ ସମେତ ଅନ୍ୟ ପ୍ରତିନିଧି ଦଳ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026