Home ଓଡ଼ିଶା ୨୦୧୮ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ, ଅଧ୍ୟାପିକା ଓ କର୍ମରରୀ ସଂଘ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାର୍ଷିକ ବିବରଣୀ ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) :- ୨୦୧୮ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ, ଅଧ୍ୟାପିକା ଓ କର୍ମରରୀ ସଂଘ, ଓଡ଼ିଶା ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ତଥା ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, ସମ୍ମାନିତ ଅତିଥ ଏକାମ୍ର ଭୁବନେଶ୍ଵର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ଅନ୍ୟତମ ସମ୍ମାନିତ ଅତିଥ୍ ବଡ଼ଚଣା ମାନ୍ୟବର ବିଧାୟକ ଅମର ନାୟକ, ଉତ୍ସବରେ ଉପସ୍ଥିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମହାବିଦ୍ୟାଳୟ ମାନଙ୍କରୁ ଆସିଥିବା ମୋର ପ୍ରିୟ ସଂଗ୍ରାମୀ ସାଥୀଗଣ ତଥା ଏଠାରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧୂମାନଙ୍କୁ ଉତ୍ସବକୁ ସ୍ଵାଗତ ଜଣାଉଛି ।ପ୍ରିୟ ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଥିବେ ଏକତା ହିଁ ବଳ । ବାସ୍ତବରେ ଆମ ସଂଘର ପ୍ରତ୍ୟେକ ସଦସ୍ୟ/ସଦସ୍ୟାଙ୍କର ସକରାତ୍ମକ ଉଦ୍ୟମ, ଏକନିଷ୍ଠ ପ୍ରଚେଷ୍ଟା ଫଳରେ ହିଁ ଆମେମାନେ ଆମ ନ୍ୟାର୍ଯ୍ୟଦାବୀ ପୂରଣରେ କେତେକାଂଶରେ ସଫଳ ହୋଇପାରିଛେ । ଆମ ରାଜ୍ୟରେ ବିଭିନ୍ନ କଲେଜ ମାନଙ୍କରେ ୦୧.୦୬.୧୯୯୮ ପରେ ନିଯୁକ୍ତି ପାଇଥିବା ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମୟରୀମାନେ ନିଜର ହକ୍ ପାଇଁ ଲଢେଇ କରି ପ୍ରାୟ ୧୬ ବର୍ଷ ପରେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ୨୦୧୪ ଅନୁଦାନ ବର୍ଷରେ ସାମିଲ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନେ ୨୦୧୮ ଅନୁଦାନ ନୀତିରେ ଅନ୍ତର୍ଭୁକ୍ତ ହୋଇଥିଲେ ।ମାତ୍ର ପରିତାପର ବିଷୟ ଥିଲା ଯେ, ସରକାରଙ୍କ ତ୍ରୁଟିପୂର୍ଣ ଯୋଗୁ ୨୦୧୭ଅନୁଦାନପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଋରୀମାନେ ସପ୍ତମ ବେତନ ହାରର ସୁବିଧା ସୁଯୋଗ ପାଉଥିବା ବେଳେ ଆମ ବର୍ଗକୁ ( ୨୦୧୮ ବର୍ଗ) ସେଥିରୁ ବଞ୍ଚିତ କରାଯାଇଥିଲା । ଆମର ସେହି ନ୍ୟାର୍ଯ୍ୟଦାବୀ ନେଇ ଆମ ସଂଘ ତରଫରୁ ବାରମ୍ବାର ଅନୁରୋଧ ଏବଂ ଦାବୀ ଉପସ୍ଥାପନ ପରେ ମଧ୍ୟ ଆମକୁ ଦୀର୍ଘଦିନ ଧରି ନିରାଶ ହେବାକୁ ପଡ଼ିଥିଲା । ସରକାରଙ୍କ ପାଖରେ ଆମେ କରିଥିବା ଏହି ଗୁହାରୀର ନ୍ୟାୟ ବିୟର ଆମେ ପାଇଲୁ ସରକାର ପରିବର୍ତ୍ତନ ପରେ ।ବିଶେଷକରି ଏ ସରକାରର ସବୁଠାରୁ ଜଣେ ଦକ୍ଷ, ଜନପ୍ରିୟ ତଥା ସହୃଦୟ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମହୋଦୟ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ଵ ନେବା ପରେ ଆମର ଦାବୀକୁ ଧୈର୍ଯ୍ୟର ସହ ଶୁଣିଲେ ଏବଂ କାଳବିଳମ୍ବ ନକରି ଆମ ସମସ୍ୟା ସମାଧାନ ପାଇଁ ନିଷ୍ପରି ନେଲେ । ଯାହାଫଳରେ ଆମବର୍ଗର ଅନ୍ତର୍ଭୁକ୍ତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଋରୀ ସପ୍ତମ ବେତନ ହାରର ସୁଯୋଗ ଲାଭ କରିପାରିଲେ । ଏହାର ସମସ୍ତ ଶ୍ରେୟ ଆମେ ଆମର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦେଉଛୁ ।ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଆମ ସଂଘ ପକ୍ଷରୁ ତାଙ୍କ ନିକଟରେ ମୁଁ ଗଭୀର କୃତଜ୍ଞତା ପ୍ରକାଶ କରୁଛି ଏବଂ ଆଗକୁ ଆମ ସଂଘ ପ୍ରତି ତାଙ୍କର ଏହି ସହୃଦୟତା ବଳାୟ ରଖିବାକୁ ନମ୍ର ଅନୁରୋଧ ଜଣାଉଛି । ଆଜିର ଏହି ଉତ୍ସବ ଅବସରରେ ଆମ ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମରୀମାନଙ୍କ ପକ୍ଷରୁ କେତେକ ଦୀର୍ଘଦିନର ଦାବୀ ସମ୍ପର୍କରେ ଆପଣମାନଙ୍କୁ ଅବଗତ କରାଇବା ଉଚିତ୍ ମଣୁଛି । ଆଶା କରୁଛି, ଅପାଣ ଆମ ନିମ୍ନଲିଖିତ ଦାବୀଗୁଡ଼ିକୁ ସୁବିୟର ପୂର୍ବକ ସଠିକ୍ ପଦକ୍ଷେପ ଗ୍ରହଣ କରିବେ । ଦାବୀ ସମୂହକ : ୧. ୨୦୧୮ ଅନୁଦାନବର୍ଗ ଅଧ୍ୟାପକ, ଅଧ୍ୟାପିକା ଓ କର୍ମପ୍ଟରୀଙ୍କୁ ପେନସନଭୁକ୍ତ କରିବା । 9. ୨୦୧୮ ଅନୁଦାନବର୍ଗ ଅଧ୍ୟାପକ, ଅଧ୍ୟାପିକା ଓ କର୍ମୟରୀମାନଙ୍କ ପାଇଁ ଋକିରି ସର୍ଭାବଳୀ ଲାଗୁ କରି ସାମାଜିକ ସୁରକ୍ଷା ପ୍ରଦାନ କରିବା । ୩. ଋକିରିରେ ଯୋଗ ଦେବା ଦିନ ଠାରୁ ୧୫ ବର୍ଷ ବା ଅନୁଦାନ ଘୋଷଣା ବର୍ଷରୁ ୮ ବର୍ଷ ବ୍ୟବଧାନରେ ପଦୋନ୍ନତି ପ୍ରଦାନ କରିବା ସହିତ ଅଣଶିକ୍ଷକ କର୍ମଋରୀଙ୍କ ପାଇଁ MACP ବ୍ୟବସ୍ଥା ଲାଗୁ କରିବା । ୪. HRMS ପରିସରଭୁକ୍ତ ନ ହୋଇଥିବା ଅଧ୍ୟାପକ ଓ କର୍ମପ୍ଟରୀମାନଙ୍କୁ ତୁରନ୍ତ HRMS ମାଧ୍ୟମରେ ବେତନ ପ୍ରଦାନ କରିବା । ୫. ୨୦୧୪ ଅନୁଦାନରୁ ବଞ୍ଚତ ଶିକ୍ଷକ ଓ ଅଣଶିକ୍ଷକ କର୍ମରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା । ୬. ୨୦୦୮ ପରେ ନିଯୁକ୍ତ ଅଧ୍ୟାପକ ଓ କର୍ମପ୍ଟରୀମାନଙ୍କ ପାଇଁ ନୂତନ ଅନୁଦାନ ନୀତି ଘୋଷଣା କରିବା । ୭. ଅବସର ବୟସ ସୀମା ୬୦ରୁ ୬୨ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା । ଉପରୋକ୍ତ ଦାବୀଗୁଡ଼ିକ ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟରେ କରାଯାଇ ଆସୁଅଛି । ତେଣୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ମହୋଦୟ ଦାବୀଗୁଡ଼ିକ ପ୍ରତି ସମ୍ବେଦନଶୀଳ ହୋଇ ଏହାର ପରିପୂରଣ ଦିଗରେ ପଦକ୍ଷେପ ନେବାକୁ ମୁଁ ସଂଘ ତରଫରୁ ପୁନର୍ବାର ନିବେଦନ କରୁଛି । ଏହି ଅବସରରେ ଆମ ଗହଣରେ ଉପସ୍ଥିତ ଥିବା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଏବଂ ବିଧାୟକ ଶ୍ରୀଯୁକ୍ତ ଅମର ନାୟକଙ୍କୁ ମଧ୍ୟ ଆମେ ସଂଘ ତରଫରୁ ଅନୁରୋଧ ଜଣାଇବୁ ସେମାନେ ବିଧାନସଭାରେ ଆମର ଏହି ଦାବୀଗୁଡ଼ିକ ପ୍ରତି ସମ୍ବେଦନଶୀଳ ହୋଇ ଏହାକୁ ସମର୍ଥନ ଜଣାଇବେ ଏବଂ ଆମମାନଙ୍କୁ ନ୍ୟାୟ ପ୍ରଦାନରେ ବ୍ରତୀ ହେବେ । ଶେଷରେ ସମସ୍ତଙ୍କୁ ଆଉଥରେ ନମସ୍କାର ପୂର୍ବକ ମୋର ବକ୍ତବ୍ୟ ଶେଷ କରୁଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026