Home ଓଡ଼ିଶା ସେଣ୍ଟ ଜାଭିୟର ସ୍କୁଲ ହଷ୍ଟେଲରୁ ଲୁଚି ପଳାଇଲେ ଦୁଇ ଛାତ୍ର : ଉଦ୍ଧାର କରି ଥାନାରେ ଜିମା ଦେଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ହଷ୍ଟେଲରୁ ଲୁଚି ପଳାଇଲେ ଦୁଇଜଣ ଛାତ୍ର । କିଛି ବାଟ ଚାଲିଯିବା ପରେ ଓଏସ୍ଆରଟିସି ବସରେ ବସି ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ପହଁଚିଥିଲେ ଦୁଇ ଛାତ୍ର । ସେଠାରୁ ଦୁଇଜଣ ମହିଳା ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଥାନାର ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ସ୍ଥିତ ସେଣ୍ଟ ଜାଭିୟର ସ୍କୁଲରେ । ସୂଚନା ପ୍ରକାରେ ରବିବାର ସକାଳୁ କୌଣସି କାରଣରୁ ରୁତୁଙ୍ଗିଆ ନିକଟରେ ଥିବା ସେଣ୍ଟ୍ ଜାଭିୟର ଆଶ୍ରମ ସ୍କୁଲର ୩ୟ ଶେଣୀର ରୋହନ୍ ପ୍ରଧାନ ଓ ୪ର୍ଥ ଶ୍ରେଣୀର ଆୟୁଷ ଦିଗାଳ ନାମକ ଦୁଇଜଣ ଛାତ୍ର ସ୍କୁଲ୍ ପରିସରରୁ ଲୁଚି ପଳାଇ ଆସିଥିଲେ । କିଛି ବାଟ ଚାଲିବା ପରେ ରୁତୁଙ୍ଗିଆ ଗାଁ ମୁଣ୍ଡ ଘାଟିରେ ଓଏସ୍ଆରଟିସି ବସ୍ ଅଟକାଇ ସେଥିରେ ବସି ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ପହଁଚିଥିଲେ । ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ଦୁଇ ମହିଳା ଛାତ୍ର ଦୁଇଜଣଙ୍କୁ ଏକୁଟିଆ ଦେଖି ପଚରାଉଚରା କରିବାରୁ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ନପାଇବାରୁ ଦୁଇଜଣଙ୍କୁ ସାଥିରେ ଆଣି ବାଲିଗୁଡ଼ା ଥାନାରେ ଜିମା ଦେଇଥିଲେ । ପରେ ଛାତ୍ର ଦୁଇଜଣଙ୍କ ପରିବାର ଲୋକଙ୍କୁ ଥାନା ପକ୍ଷରୁ ସୂଚନା ଦେବାପରେ ଉଭୟ ଛାତ୍ରଙ୍କ ଅଭିଭାବକ ଥାନାରେ ପହଁଚିଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ସମ୍ଭବ ହୋଇନଥିବା ବେଳେ ସ୍କୁଲ୍ କର୍ତ୍ତୁପକ୍ଷଙ୍କ ଦାୟିତ୍ବରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି । ଏଥିରେ ପିଲାଙ୍କ କଛି ଅସୁବିଧା ହୋଇଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଙ୍କ ବାପା,ମା । ସ୍କୁଲ୍ କର୍ତ୍ତୁପକ୍ଷଙ୍କ ଏଭଳି ଅବହେଳା ଯୋଗୁଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଉଦ୍ଧାରକାରୀ ମହିଳା। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026