Home ଓଡ଼ିଶା ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି : ବଳଙ୍ଗା ଥାନା ଘେରିଲା ବିଜେଡି by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବଳଙ୍ଗା (ଓଡ଼ିଶା ତାଜା ନ୍ୟୁଜ୍) :- ବଳଙ୍ଗା ବାୟାବର ଗ୍ରାମର ନାବାଳିକା ପୋଡି ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି ପୋଲିସ ହାତ ଖାଲି । ତଦନ୍ତ କେବଳ ଘଟଣାସ୍ଥଳରୁ କିଛି ଦସ୍ତାବିଜ ସଂଗହରେ ସିମିତ ରହିଥିବାରୁ, ପୋଲିସର ନିଷ୍କ୍ରିୟତାକୁ ନେଇ ବିଜେଡି ରବିବାର ବଳଙ୍ଗା ଥାନା ଘେରିଛି । ବିଜେଡି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ଓ କୁଶପୁତ୍ତଳିକା ଦାହ କଲା । ବି ଜେ ଡି ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ଙ୍କ ନେତୃତ୍ବରେ ଏକ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀମାନେ ବଳଙ୍ଗା ବଜାର ନାରାବାଜୀ କରିଥିଲେ । ରାଜ୍ଯରେ ଅପାରଗ ବିଜେପି ସରକାର ଯୋଗୁଁ ଗତ ଏକ ବର୍ଷ ମଧ୍ଯରେ ୩ ହଜାରରୁ ଉର୍ଦ୍ଧୁ ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମର ଶୀକାର ହୋଇଛନ୍ତି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦାବୀରେ କମ୍ପିଥିଲା ବଳଙ୍ଗା ବଜାରରୁ ଥାନା ରାସ୍ତା । ଏହି ନିର୍ବାଚନ ମଣ୍ଡଳୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ୍ ବୋଲି ବିଜେଡି ନେତା ପ୍ରଦୀପ ମାଝି ଦାବୀ କରିଛନ୍ତି । ଥାନା ଆଗରେ ଉପମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଜାଳିଥିଲା ବିଜେଡି । ୪୮ ଘଣ୍ଟା ମଧ୍ଯରେ ଯଦି ଅଭିଯୁକ୍ତ ମାନଙ୍କୁ ନ ଧରାଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ବୋଲି ଜିଲା ସଭାପତି ଉମାକାନ୍ତ ସାମନ୍ତରା କହିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ by Proprietor Abhimanyu Maharana May 6, 2026 ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ by Proprietor Abhimanyu Maharana May 6, 2026 ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର by Proprietor Abhimanyu Maharana May 6, 2026 ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ by Proprietor Abhimanyu Maharana May 6, 2026 ବାହାଘର ଭୋଜି ଖାଇବାକୁ ଆସି ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୬ଆହତ, ଆହତମାନଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଅଛି by Proprietor Abhimanyu Maharana May 6, 2026 ସାଇ ବିଦ୍ୟାମନ୍ଦିର ରେ ୧୦ ଦିନିଆ ଗ୍ରୀଷ୍ମ ଶିବିର by Proprietor Abhimanyu Maharana May 6, 2026