ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶିଶୁ ମାନଂକ ମାସିକ ଖବର କାଗଜ ଶିଶୁ ସମାଚାର ର ଅଷ୍ଟାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ ଆସନ୍ତା ଅଗଷ୍ଟ ୨ତାରିଖ ପୂରୀ ଟାଉନ ହଲ ରେ ଅନୁଷ୍ଟିତ ହେବ । ତା ପୂର୍ବରୁ ରବିବାରଦିନ ଦୋଳ ମଣ୍ଡପ ସାହି ୟୁ ପି ସ୍କୁଲ ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗୀତା ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଶିଶୁ ସମାଚାର ର ସମ୍ପଦକ୍ ସୁକାନ୍ତ ପଣ୍ଡା,ପରିଚାଳନା ମଣ୍ଡଳୀ ସଦସ୍ୟ ଶରତ କୁମାର୍ ରାୟଗୁରୁ, ଉପଦେଷ୍ଟା ଧ୍ରୁବ ଚରଣ କର , ବିଜୟ କୁମାର ପଣ୍ଡା ପ୍ରତିଯୋଗିତା କୁ ଶୁଭାରମ୍ଭ କରି କହିଲେ ଯେ ପିଲା ମାନଂକ ମଧ୍ୟରେ ପ୍ରତିଭା କୁ ଲୋକ୍ ଲୋଚନ କୁ ଆଣିବା ପାଇଁ ଶିଶୁ ସମାଚାର ତାର ଅହରହ ଚେଷ୍ଟା ଚାଲୁ ରଖିଛି ।

