ମନସୁର ବାବାଙ୍କ (ଉର୍ତ୍ସ) ବାର୍ଷିକ ଉତ୍ସବ ପାଳନ

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ହଜରଦ ସୟଦ ମନଶୁର ବାବା ଯେକି କେବଳ କେନ୍ଦ୍ରାପଡ଼ା ନୁହଁ ପାଖା ପାଖି ଜିଲ୍ଲା ତଥା ଓଡିଶାର ସାନିଧ୍ୟ ଲାଭ କରିଥିବା ଜଣେ ମନଶୁର ବାବାଙ୍କ ମଜାର। ତାଙ୍କ ମଜାରରେ ପ୍ରତିଦିନ ସହ ସହ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଯଥା ହିନ୍ଦୁ, ମୁସଲିମ, ଶିଖ, ଈସାଈ ସବୁ ଧର୍ମର ଲୋକ ବକ୍ତିର ସହ ଆସିଥାନ୍ତି ଓ ନିଜର ଦୁଃଖ ପ୍ରକାଶ କରି ମଙ୍ଗଳ କାମନା କରିଥାନ୍ତି ।

ସେହି ହଜରଦ ସୟଦ ମନସୁର ବାବାଙ୍କର ପ୍ରତି ବର୍ଷ ବାର୍ଷିକ ଉତ୍ସବ ଦୁଇଦିନ ଧରି ପାଳନ କରାଯାଏ। ଚଳିତ ବର୍ଷର ଜୁଲାଇ ତା. ୧୯ ଓ ୨୦ ରିଖ ପାଳନ କରାଯାଉଛି। ତା.୧୯ ରେ ଦେଶର ବିଭିନ୍ନ ଅଂଚଳରୁ ସାୟର ମାନେ ଆସି ତାଙ୍କର ଶୁକଣ୍ଠରୁ ବିଭିନ୍ନ ଧାର୍ମିକ ନାଥ ପଢ଼ିଛନ୍ତି।ଏବଂ ତା.୨୦ ଦିନ ଦେଶର ବଡ ବଡ ମୋଲବି ଙ୍କର ଧର୍ମ ସେବା ଅନୁଷ୍ଠିତ ହେଉଅଛି।.

ଏହି ଧର୍ମ ସଭାକୁ ଶୁଣିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି। ଏହି ଅବସରରେ ସମସ୍ତେ ସଦଭାବନାର ସହ ହିନ୍ଦୁ,ମୁସଲିମ, ଶିଖ, ଈସାଈ ସମସ୍ତେ ଏକତ୍ରିତ ହୋଇ ନିଜର ମଙ୍ଗଳ କାମନା କରିଥାନ୍ତି। ଏହି ଉତ୍ସବରେ ଶ୍ରଦ୍ଧାଳୁ ମାନେ ଭକ୍ତିଭାବର ପରିଚୟ ଦେଇ ଶାନ୍ତି ଓ ମୈତ୍ରୀର ସହ ଉତ୍ସବ କୁ ପାଳନ କରିଥାନ୍ତି। ଏହି ଉତ୍ସବ ଏକ ନିତ୍ୟନ୍ତ ଅଲଗା ପ୍ରକାରର।

ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ସାମଗ୍ରାମରେ କୌଣସି ପୋଲିସ ଅଧିକାରୀ ବା ଶାସନର ଶାସନର ଆବଶ୍ୟକତା ପଡେନାହିଁ।ଲୋକ ମାନେ ଭକ୍ତିରେ ଲୀନ୍ନ ହୋଇ ଏକ ଅନ୍ୟଙ୍କର ସହଯୋଗ ଓ କାମନା କରିଥାନ୍ତି। ଉର୍ସ କମିଟି ତରଫରୁ ସଭାପତି ସେକ ଗୟାସୁଦ୍ଦିନ, ସଂପାଦକ ସେକ ବରକତୁଲ୍ଲା, ହାଜି ସେକ ସଲାଉଦ୍ଦିନ, ସେକ କୟୟୁମ, ସେକ ମହେମୁଦ, ସେକ ସୋଲେମାନ ଏବଂ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସେକ ମୁସ୍ତାକ, ସେକ ଏଜାଜୁଦ୍ଦିନ, ସେକ ଗଫାର, ସେକ ସାହିଦ, ସେକ ଆବାଦି ପ୍ରମୁଖ ପରି ଚାଳନା ରେ ସହାୟତା କରିଥିଲେ।

Exit mobile version