Home ଓଡ଼ିଶା ସୁସ୍ଥ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲାରେ ତିନି ଦିନିଆ ତାଲିମ୍ ଶିବିରର ଉଦଯାପିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଉଦ୍ୟମରେ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ତାଲିମ୍ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ଚାଲିଥିଲା।କାର୍ଯ୍ୟକ୍ରମର ଉଦଯାପନି ଦିବସ ଅବସରରେ CDO-cum-EO ନରେଶ ଚନ୍ଦ୍ର ଶବର ଙ୍କ ଶୁଭ ହସ୍ତେ କରାଯାଇଥିଲା । ଏଥିରେ ପୋର୍ଗ୍ରାମ୍ ମ୍ୟାନେଜର ହିମାଂଶୁ ଭୁଷଣ ମହାରଣା ଶିବିର ର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ମାନ୍ୟଙ୍କୁ ଅବଗତ କରାଇଥିଲେ । ଏହି ତାଲିମ୍ ଶିବିରରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରୁ ଆସିଥିବା ୫୬ ଜଣ ପୁରୁଷ ହେଲ୍ଥ୍ ୱାର୍କର ମାନଙ୍କୁ TB ମୁକ୍ତ ପଞ୍ଚାୟତ, ପୃଷ୍ଟି ହୀନତା ଓ ରକ୍ତ ହୀନତା ନିବାରଣ ଉଦ୍ଦେଶ୍ୟରେ ବିଶେଷ ତାଲିମ୍ ଦିଆଯାଇଥିଲା । ଏହି ଶିବିରରେ ତାଲିମ୍ ଦାତା ଭାବରେ ଡା. ପ୍ରଜ୍ଞା ପଟ୍ଟନାୟକ, ପ୍ରଶାନ୍ତ ମଲ୍ଲିକ, କ୍ରୀଷ୍ଣାମୟୀ ମିଶ୍ର, ପ୍ରିୟବ୍ରତ ଯୋଶୀ ଏବଂ ପିରମଲ୍ ଫାଉଣ୍ଡେସନର ବିଷ୍ଣୁ ସାହୁ ଅନୁପ୍ରେରଣାଦାୟୀ ଏବଂ ତଥ୍ୟମୂଳକ ତାଲିମ୍ ଦେଇଥିଲେ । ତାଲିମ୍ ଶିବିର ପରେ ଏହି ପ୍ରଶିକ୍ଷଣ ପାଇଥିବା ସ୍ୱାସ୍ଥ୍ୟ କର୍ମୀମାନେ ନିଜ ଅଞ୍ଚଳ ରେ ଜନସାଧାରଣଙ୍କୁ ସଚେତନ କରି ନିଜ ଜ୍ଞାନ ଓ ଅନୁଭବ କୁ ବ୍ୟବହାର କରିବେ । ଏହି କାର୍ଯ୍ୟକ୍ରମ କୁ ସଫଳ ଓ ସୁସଂଘଟିତ ଭାବେ ପରିଚାଳନା କରିବାରେ ବିନାଶ କୁମାର ମିଶ୍ର ଙ୍କ ନେତୃତ୍ୱ ରେ ବିଶ୍ଵନାଥ ମଣ୍ଡଳ, ଏନ. ଅହଲ୍ୟା ଓ ପଞ୍ଚାୟତ ସାଧନ କେନ୍ଦ୍ର ର ସମସ୍ତ ସଦସ୍ୟ ମାନେ ସହଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026