ଫୁଲନଖରା ମର୍ଣିଙ୍ଗମିଟ ପକ୍ଷରୁ ବୋଲବମ ସେବା ଏବଂ ଭଜନ ସମାରୋହ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :-  ଶ୍ରାବଣ ମାସର ଦ୍ଵିତୀୟ ସୋମବାର ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ବୋଲବମ ଭକ୍ତମାନେ ରବିବାର ଦିନ ମହାନଦୀରୁ ପାଣି ଭାର ଉଠାଇ ଖାଲି ପାଦରେ ଚାଲିଚାଲି ଆସି ଫୁଲନଖରା ଛକ ନିକଟସ୍ଥ ନଖରା ର ପ୍ରସିଦ୍ଧ ଶୈବପୀଠ ଲକ୍ଷେଶ୍ଵର ମହାଦେବଙ୍କ ପୀଠ ଏବଂ ବାବା ଲିଙ୍ଗରାଜଙ୍କ ପୀଠକୁ ଯାଇ ଶିବଲିଙ୍ଗ ରେ ପାଣି ଢ଼ାଳିଥାନ୍ତି ।

ଏହି ଉପଲକ୍ଷେ କଟକ ଫୁଲନଖରା ର ସାମାଜିକ ଅନୁଷ୍ଠାନ ମର୍ଣିଙ୍ଗମିଟ ପକ୍ଷରୁ ରବିବାର ଦିନ ବୋଲବମ ଭକ୍ତଙ୍କୁ ସେବା ଯୋଗାଇ ଦେବାପାଇଁ ‌ଖାଦ୍ୟ ପାନୀୟ ଯୋଗାଇଦେବା ସହିତ ଏକ ଭଜନ ସମାରୋହର ବ୍ୟବସ୍ଥା ଆୟୋଜନ କରାଯାଇଥିଲା । ଭଜନ ସମାରୋହକୁ ସିଏମସି ୫୯ ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତି ଫିତା କାଟି ଭଜନ ସମାରୋହକୁ ଉଦଘାଟନ କରିଥିଲେ ।

ଆୟୋଜିତ ଉତ୍ସବରେ କଟକ ର ଅତିରିକ୍ତ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି , ଅବସରପ୍ରାପ୍ତ ଏସପି ଜୟନ୍ତ କୁମାର ମହାପାତ୍ର, କଟକ ସଦର ଥାନାର ଆଇଆଇସି ଓମ୍ ପ୍ରକାଶ ମହାନ୍ତି, କଟକ ନଗର ବିଜେପି ଉପ ସଭାପତି ତଥା ମର୍ଣିଙ୍ଗମିଟ ସାମାଜିକ ଅନୁଷ୍ଠାନ ର ଉପଦେଷ୍ଟା ସ୍ଵାଧୀନ ଚେତା ମହାନ୍ତି, ସହକାରୀ ଯନ୍ତ୍ରୀ ‌ବିଶ୍ଵଜିତ ଦଳାଇ, ମର୍ଣିଙ୍ଗମିଟ ର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଲଖେଶ୍ଵର ଭଜନ ସନ୍ଧ୍ୟାରେ କଳାକାର ମାନେ ବୋଲବମ୍ ଯାତ୍ରାଙ୍କ ଉପରେ ଆଧାରିତ ଭଜନ ପରିବେଷଣ କରିଥିଲେ । ଅନୁଷ୍ଠାନ ର ସଦସ୍ୟ ସୁଧୀର ପଟ୍ଟନାୟକ ଉପସ୍ଥାପକ‌ ଭାବେ ଯୋଗ ଦେଇ ଭଜନ ସମାରୋହରେ ସୁନ୍ଦର ଉପସ୍ଥାପନା କରିଥିଲେ । ଲିଭ୍ ଲାଇଭ ଓଡିଆ ର ମୁଖ୍ୟ ପରିଚାଳକ ଟିଟନ ସାହୁ,

ହେମନ୍ତ କୁମାର ସାହୁ, ଯୁଗଳ କିଶୋର ସାହୁ, ଅନିଲ କୁମାର ସାହୁ, ବଲ୍ଲଭ କୁମାର ଜେନା, ବିନୟ କୁମାର ଜେନା, ଅନିଲ କୁମାର ମହାନ୍ତି, କରିମ୍ ସା , ହୃଦାନନ୍ଦ ବେହେରା, ଗିରିଶ ଚନ୍ଦ୍ର ବାରିକ, ଦିଲିପ କୁମାର ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସନ୍ଧ୍ୟାରୁ ରାତି ୧୨ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version