ଡାହାଳିଆବାଗ ଗ୍ରାମ୍ୟ କମିଟି ପକ୍ଷରୁ କାଉଡ଼ିଆ ଭକ୍ତଙ୍କ ପାଇଁ ସଫେଇ କାର୍ଯ୍ୟକ୍ରମ 

କଟକ  (ଓଡ଼ିଶା ତାଜା ନ୍ୟୁଜ୍)  :- କଟକ ମହାନଗର ନିଗମ ୫୮ ନମ୍ବର ୱାର୍ଡ କଟକ ସଦର ଥାନା ଅନ୍ତର୍ଗତ ଡାହାଳିଆବାଗ ଗ୍ରାମ୍ୟ ଉନ୍ନୟନ କମିଟିର ସଦସ୍ୟ ମାନଙ୍କ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କାଉଡ଼ିଆ ଭକ୍ତଙ୍କ ପାଇଁ ରାସ୍ତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା । ଶ୍ରାବଣ ମାସର ‌ସୋମବାର ଦିନ କାଉଡ଼ିଆ ଭକ୍ତ ମାନେ ‌ବିଭିନ୍ନ ନଦୀରେ କଳସ ବୁଡ଼ାଇ ବିଭିନ୍ନ ଶୈବପୀଠରେ ଜଳ ଢାଳିଥାନ୍ତି ।

ଖାଲିପାଦରେ ରାସ୍ତାରେ ପାଣି ଭାର ନେଇ ଗଲାବେଳେ ରାସ୍ତାରେ ପଡ଼ିଥିବା ବାଲିଗୋଡି ଯୋଗୁଁ ବହୁତ କଷ୍ଟ ଅନୁଭବ କରିଥାଆନ୍ତି । ଏହାକୁ ଆଖି ଆଗରେ ରଖି ଡାହାଳିଆବାଗ ଗ୍ରାମ ବାସୀଙ୍କ ପକ୍ଷରୁ ବୋଲବମ ଭକ୍ତଙ୍କ ଯାତାୟତ ପାଇଁ ରାସ୍ତାରେ ପଡ଼ିଥିବା ବାଲି ଗୋଡି ସଫେଇ କରିଥିଲେ । ଡାହାଳିଆବାଗ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ‌ରବିନ୍ଦ୍ର ନାଥ‌‌ ସ୍ଵାଇଁ,

ସଂପାଦକ ସୁଶାନ୍ତ କୁମାର ମହାନ୍ତି, ଉପ ସଭାପତି ପ୍ରଶାନ୍ତ ପ୍ରଧାନ, ପୁଲିସ ମହାପାତ୍ର, ମିଟର ମହାନ୍ତି, କୈଳାସ ଜେନା, ସନ୍ତୋଷ ପ୍ରଧାନ, ସୁମନ୍ତ ରାଉତ, ଛବିନ୍ଦ୍ର ମୁଖୀ କାଶିନାଥ ଜେନା, ଅଭୟ ନାୟକ, ତୋଫାନ ସ୍ଵାଇଁ,ରେଣୁକାନ୍ତ ପ୍ରଧାନ,‌କୃଷ୍ଟ ଚନ୍ଦ୍ର ମହାନ୍ତି,ରବି ନାରାୟଣ ମହାପାତ୍ର, ଗଣନାଥ ଦାସ ସ୍ଵରୂପ ପ୍ରଧାନ ପ୍ରମୁଖ ସଫେଇ କାର୍ଯ୍ୟ କରିଥିଲେ ।

Exit mobile version