ବଂଶୀଧର ଦାସ ଥିଲେ ଜଣେ ସାମ୍ୟବାଦୀ ନେତା

 ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୁଜ୍) :- ବଂଶୀଧର ଦାସ ଜଣେ ସାମ୍ୟବାଦୀ ସଂଗ୍ରାମୀ ଚାଷୀ ମୁଲିଆ ଆନ୍ଦୋଳନ ର ପ୍ରମୁଖ ନେତା ଥିଲେ ସେ ଜନସାଧାରଣ ଙ୍କ ପାଇଁ ମିଶା ବନ୍ଦୀ ହେବାସହ ଜଣେ ସ୍ତମ୍ଭକାର ଓ ବିଧାନ ବିଶେଷଜ୍ଞ ଭାବେ ପରିଚିତ ଥିଲେ l ସାଧାରଣଲୋକଙ୍କୁ ନ୍ୟାୟ ଦେବାରେ ସଂଗ୍ରାମ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରାଉ ଥିଲେ l

ବୋଲି ତାଙ୍କର ପଞ୍ଚମ ବାର୍ଷିକ ସ୍ମୃତି ସଭାରେ ରବିବାର ତାଙ୍କ ଜନ୍ମମାଟି ବାଇଶି ମୌଜା ଚାଷୀଖଣ୍ଡ ସ୍ମୃତି ମଣ୍ଡପ ଠାରେ ଆୟୋଜିତ ସଭାରେ ବକ୍ତା ମାନେ ମତ ଦେଇଛନ୍ତି l ରବୀନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଞ୍ଚମ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମ ରେ ଓଡିଶା ମାନବିକ ଅଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାଶ ମୁଖ୍ୟ ଅତିଥିତି ଭାବେ ଯୋଗଦେଇଥିବାବେଳେ ବରେଣ୍ୟ ଅତିଥିତି ଭାବେ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ,

ଶୈଳେନ୍ଦ୍ର ନନ୍ଦ, ଗଣେଶ୍ୱର ମାଣିଆ ପ୍ରସନ ନନ୍ଦ, ବାବୁଲି ଦାଶ, ସୁକାନ୍ତ ବାରିକ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଥିଲା ବେଳେ ନମିତାବ ଦାଶ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ l ପ୍ରାରମ୍ଭରେ ଅତିଥିତି ମାନେ ସ୍ବର୍ଗତ ଦାସ ଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ l

Exit mobile version