ଢାବାରେ ଖାଇବାକୁ ନେଇ ଗଣ୍ଡଗୋଳ, ୫ ଜଣ ଅଦାଲତ ଚାଲାଣ

ଭାପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ବାହାଡ଼ା ଗ୍ରାମ ନିକଟସ୍ଥ ଏକ ଢାବାରେ ଖାଇବାକୁ ନେଇ ଗଣ୍ଡଗୋଳ ଘଟଣାରେ ଢାବା ମାଲିକ ସମେତ ୫ଜଣକୁ ଅଦାଲତ ଚାଲାଣ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ବାହାଡ଼ା ଗ୍ରାମ ଗ୍ରାମର କିଶୋର ସାହୁ (କୁନା) ନିଜ ଗ୍ରାମ ନିକଟରେ ଏକ ଢାବା (ହୋଟେଲ) କରି ନିଜ ଗୁଜୁରାଣ ମେଣ୍ଟାଇ ଥାନ୍ତି । ଉକ୍ତ ଢାବାକୁ ସେହି ଗ୍ରାମର ଅମିୟ ବେହେରା ଅଧିକାଂଶ ସମୟ ଖାଇବାକୁ ଯାଇ ଠିକରେ ପ୍ରାପ୍ୟ ନଦେଇ ଝଗଡା କରିଥାଏ ।

କିନ୍ତୁ ଗତ ୪ତାରିଖ ଦିନ ଅମିୟଙ୍କ ସମେତ ମନୋଜ ନାୟକ, ବିଜୟ କୁମାର ନାୟକ, ଅରୁଣ କୁମାର ବେହେରାଙ୍କ ମଧ୍ୟରେ ଖାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଏକ ତୀବ୍ରତର ହୋଇଥିଲା ଯେ ଗଣ୍ଡଗୋଳରେ ଖଣ୍ଡା, ଭୁଜାଲି, ଭଙ୍ଗା ମଦ ବୋତଲ ବ୍ୟବହାର ହୋଇଥିଲା ।

ଯାହାଫଳରେ ଢାବା ମାଲିକଙ୍କ ସମେତ ସମସ୍ତ ଅଭିଯୁକ୍ତମାନେ ଆହାତ ହୋଇଥିଲେ। ତେଣୁ, ଉକ୍ତ ଗଣ୍ଡଗୋଳକୁ ନେଇ ଉଭୟଙ୍କ ପକ୍ଷରୁ ଫତେଗଡ ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଫତେଗଡ ଥାନା ପୁଲିସ କେସ ନଂ ୨୧୫/୨୫ ଓ ୨୧୬/୨୫ ରେ ଦୁଇଟି ମାମଲା ରୁଜୁ କରି ୫ ଜଣକୁ ଗିରଫ କରି ଅଦାଲତ ଚାଲାଣ କରିଛି। ସେଠାରେ ସେମାନଙ୍କର ଜମିନୀ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Exit mobile version