ମୋହନାରେ କଂଗ୍ରେସର ବନ୍ଦ ପାଳନ

ଆର,ଉଦୟଗିର (ଓଡ଼ିଶା ତାଜା ନ୍ୟୁଜ୍) :- ଗତ 13 ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଯୁକ୍ତ ତିନି ତୃତୀୟ ବର୍ଷ ର ଛାତ୍ରୀ ସୌମ୍ୟଶ୍ରୀ ନିଜେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଘଟଣା ସାରା ରାଜ୍ୟ କୁ ସ୍ତବ୍ଧ କରିଦେଇଛି l ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଡବଲ ଇଞ୍ଜିନ ସରକାର ମହିଳାଙ୍କ ସୁରକ୍ଷା ଓ ସଶକ୍ତି କରଣର ଡିଣ୍ଡିମ ପିଟୁ ଥିବା ବେଳେ ଏଫ. ଏମ ମହାବିଦ୍ୟାଳୟରେ ଜଣେ ଅଧ୍ୟପକଙ୍କ ଦ୍ୱାରା ସମ୍ୟଶ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଯିବା ଯଦି ଅଧ୍ୟାପକଙ୍କ କଥାକୁ ଛାତ୍ରୀ ଜଣକ ପ୍ରତିବାଦ କରନ୍ତି ତେବେ ଫେଲ କରାଇ ଦେବାର ଧମକ ଦେଉଥିଲେ l

ଯାହାଫଳରେ ଏହି ଘଟଣାକୁ ସୌମ୍ୟଶ୍ରୀ କଲେଜର ପ୍ରିନସିପାଲ, ପରେ ଜିଲ୍ଲାପାଳ, ଏସପି, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଗଣଶିକ୍ଷମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜବି ଅବଗତ କରିଥିଲେ ମଧ୍ୟ କୌଣସି ନ୍ୟାୟ ପାଇପାରିନଥିଲେ l ଶେଷରେ 7 ମାସର ସଂଘର୍ଷ ପରେ ପ୍ରିନସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ l ଏହି ଘଟଣାକୁ ନେଇ ଆଜି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣଦାସଙ୍କ ଆହ୍ୱାନକ୍ରମେ ଆଜି ଓଡିଶା ବନ୍ଦ ପାଳନ କରାଯାଇଛି l ଯାହାଫଳରେ ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତାରେ ଧାରଣାରେ ବାସୀ ଧାରଣାରେ ବସିଛନ୍ତି l ଏବଂ ଅଂଚଳର ସମସ୍ତ ସ୍କୁଲ, କଲେଜ, ଦୋକାନ,ବନ୍ଦ ରହିଛି l

Exit mobile version