Home ଓଡ଼ିଶା ଷଷ୍ଠ ଯୋଗାସନ ବିଚାରକ ପ୍ରଶିକ୍ଷଣ ଶିବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୂରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟଡିଅମ ଠାରେ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଅଫ ଓଡିଶା ଙ୍କ ଆନୁକୂଲ୍ୟରେ ଷଷ୍ଠ ଯୋଗ ବିଚାରକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି| ଏହା ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା | ଏହି ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୨ ଜଣ ଯୋଗ ବିଚାରକ ଯୋଗଦେଇଥିଲେ l ଆଗକୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଏହି ବିଚାରକମାନେ ଅଂଶ ଗ୍ରହଣକରି ଉପଯୁକ୍ତ ପ୍ରତିଯୋଗୀ ଅନ୍ୱେଷଣ କରି ସେହି ପ୍ରତିଯୋଗୀମାନଙ୍କୁ ଜାତୀୟ ସ୍ତରରେ ପ୍ରତିଭା ଦେଖାଇ ରାଜ୍ୟପାଇଁ ଗୌରବ ଆଣିବେ ବୋଲି ଆଜିର ଏହି ପ୍ରଶିକ୍ଷଣ ଶିବିରର ବିଚାରକମାନେ ଆଶା ପୋଷଣ କରିଥିଲେ l ପୂରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଅଫ ଓଡିଶା ର ସଭାପତି ଦିବାକର ହରିଚନ୍ଦନ, ଉପସଭାପତି ବିଥିକା ମହାନ୍ତି, ରାମବଲ୍ଲଭ ମହାପାତ୍ର, ସମ୍ପାଦକ ମନୋଜ ମୁଖାର୍ଜୀ, ଯୁଗ୍ମ ସମ୍ପାଦକ ଆଲୋକ କୁମାର ସ୍ୱାଇଁ, ପ୍ରକାଶ ଗୋଛିକାର, ମମତା ସାହୁ, ସଂଜୀବ କୁମାର ମିଶ୍ର, ସସ୍ମିତା ରାୟ ପ୍ରମୁଖ ଯୋଗଦେଇଥିଲେ l ସିନିଅର ପ୍ରୋଗ୍ରାମ ଅଧିକାରୀ ହରିଷ କୁମାର ମିଶ୍ରଙ୍କ ମାର୍ଗ ଦର୍ଶନରେ ସମସ୍ତ ବିଚରାକମାନଙ୍କ ମଧ୍ୟରେ ଦକ୍ଷତାର ଗ୍ରେଡ଼ସନ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା l Categories: ଓଡ଼ିଶା, ପୁରୀ, ହୋମ୍ Related Content କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026