Home Uncategorized ନିମାପଡା ବଳଙ୍ଗା ରେ ନାବାଳିକା କୁ ପୋଡିମାରିବା ଉଦ୍ୟମ ଏମ୍ସ ରେ ଚିକିତ୍ସିତ, ଘଟଣାର ଅନୁସନ୍ଧାନ ଜାରି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶନିବାର ସକାଳୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବୟାବର ଗାଁ ରେ ଜଣେ ନାବାଳିକା କୁ କିରୋସିନି ଢାଳି ପୋଡିମାରି ଦେବାପାଇଁ ଉଦ୍ୟମ ହୋଇଥିଲା | ତିନିଜଣ ଦୁର୍ବୃତ୍ତ ମଟର ସାଇକେଲ ରେ ଆସି ବାଟରେ ଯାଉଥିବା ନାବାଳିକା କୁ ଅଟକାଇ ପାଟି ବନ୍ଦ କରି ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ | ନାବାଳିକା ଜଳି ଜଳି ରକ୍ଷାକର ରକ୍ଷାକର କହି ଦୌଡ଼ି ଥିଲା |ସ୍ଥାନୀୟ ଲୋକ ଉଦ୍ଧାର କରି ବଳଙ୍ଗା ମେଡିକାଲ ନେଇଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସ କୁ ନିଆଯାଇଛି | ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ l ଏହି ଘଟଣା ନିମାପଡା, ବଳଙ୍ଗା ଓ ପୁରୀ ଜିଲ୍ଲା ରେ ଚଞ୍ଚଲ୍ୟ ସୃଷ୍ଟି କରିଛି | ସ୍ପଷ୍ଟ ଦିବାଲୋକ ରେ ଏଭଳି ଘଟଣା ଘଟିଛି |ସକାଳ ସାଢେ ଆଠଟା ବେଳେ ସାଙ୍ଗ ଘରକୁ ବହି ଆଣିବା ପାଇଁ ଯାଇଥିଲା | ନବାଳିକା ଟି ପ୍ଲସ ଟୂ ପଢ଼ୁଥିବା ବେଳେ ବୟସ ପ୍ରାୟ ୧୬.ଜଣାପଡିଛି| ନାବାଳିକା ର ମୁହଁ, ଗୋଡ, ହାତ, ବେକ ରେ ନିଆଁ ପ୍ରଭାବ ରେ କ୍ଷେତ ସୃଷ୍ଟି ହୋଇଛି | ଘଟଣାସ୍ଥଳ ରେ ବଳଙ୍ଗା ଥାନା ଅଧିକାରୀ ଓ ତାଙ୍କ ଟିମ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି | ଏକତରଫା ପ୍ରେମ ଘଟଣା କୁ ନେଇ ଏହା ଘଟିଥାଇପାରେ ବୋଲି ଅଂଚଳରେ ଆଲୋଚିତ ହେଊଛି l ବାଲେଶ୍ୱର ଏଫ ଏମ କଲେଜ ଘଟଣା ପରେ ଏହା ଏକ ଲୋମହର୍ଷଣକାରି ଘଟଣା ବୋଲି କୁହାଯାଉଛି | ପୋଲିସ ପ୍ରତି ଏହା ଏକ ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଊଛି | ସେହି ଗ୍ରାମର ଦୁଖିଶ୍ୟାମ ସେନାପତି ଜଳୁଥିବା ଅବସ୍ଥାରେ ଝିଅକୁ ଉଦ୍ଧାର କରି ପ୍ରଥମେ ନିଜ ଘରକୁ ନେଇଯାଇଥିଲେ । ପରେ ପୋଲିସକୁ ଖବର ଦେବାରେ ପୋଲିସ ପହ୍ନଚି ଝିଅଟିକୁ ପ୍ରଥମେ ପିପିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇ ପରେ ଭୂବନେଶ୍ବର ଏମସ୍ ସ୍ଥାନାନ୍ତର କରାଯାଇଥିଲା ଏ ସମ୍ପର୍କରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ଏହି ଘଟଣା ମୋତେ ବେଥିତ ଓ ମର୍ମାହତ କରିଛି | ଦୋଷୀ କୁ ତୁରନ୍ତ ଧରାଯିବ | ନାବାଳିକା ର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ l ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି ଘଟଣାଟି ମୋତେ ଦୁଃଖ ଦେଇଛି |ଏହାକୁ ଗୁରୁତର ସହ ବିଚାର କରାଯାଉଛି |. ଉତ୍ତମ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷ ଙ୍କ ଆଲୋଚନା କରାଯାଇଛି | ନାବାଳିକା ଙ୍କ ଘରକୁ ପ୍ରଶାସନିକ ଅଧିକାରୀ ଯାଇଛନ୍ତି | ନ୍ୟାୟ ପାଇଁ ଆଇନଗତ ସହାୟତା ଦିଆଯିବ | ପୁରୀ ଏସପି ପିନାକ ମିଶ୍ର ଘଟଣା ସ୍ଥଳ ଅନୁଧ୍ୟାନ କରି କହିଛନ୍ତି ଦୋଷୀ ଙ୍କୁ ଖୁବ ଶୀଘ୍ର ଧରାଯିବ | ତଦନ୍ତ, ଛନଭିନ ଜାରି ରହିଛି | ଏଥିପାଇଁ ଦୁଇଟି ସ୍ପେଶାଲ ଟିମ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି |ଏହା ଏକ ସମ୍ବେଦନଶୀଳ ଓ ସ୍ପର୍ଶକତାର ଘଟଣା | ଫରେନସିକ ଦଳ ଅନୁସନ୍ଧାନ କରୁଛି l ଘଟଣାସ୍ଥଳ ରେ କେନ୍ଦ୍ରାଞ୍ଚଳ ଆଇ. ଜି. ପ୍ରବୀଣ କୁମାର ପହଞ୍ଚି ଅନୁସନ୍ଧାନ କରିଛନ୍ତି | ଘଟଣାସ୍ଥଳ ରୁ ଦୁଇଟି କିରୋସିନି ବୋତଲ, ଚୁଡ଼ି, ତାବିଜ, କପଡା, ରୁପା ଚୁଡ଼ି, ଚକୋଲେଟ ଓ ଦିଆସିଲି ଜବତ କରାଯାଇଛି | ଘଟଣା ସ୍ଥଳ ରେ ବରିଷ୍ଠ ପୋଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶି ଅନୁସନ୍ଧାନ କରୁଛନ୍ତି | ପୀଡିତା ର ମାଆ ମଧ୍ୟ ବଳଙ୍ଗା ଥାନାରେ ଝିଅ କୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି | ଘଟଣା ପଛର ପ୍ରକୃତ କାରଣ ପୋଲିସ ଖୋଜୁଛି | ଏହା ପ୍ରେମଜନିତ, ତାନ୍ତ୍ରିକ ଗୁଣି, ଘରୋଇ କଳାହଜନିତ କି ଅନ୍ୟ କିଛି ସେ ସମ୍ପର୍କରେ ପୋଲିସ ଟିକିନିଖି ତଦନ୍ତ କରୁଛି | ଅଶୁଭ ଶନିବାର, ଶନିଦଶା ରେ ପଡିଛନ୍ତି କି ସରକାର l ଏହି ଶନିବାରରେ ବାଲେଶ୍ୱର ଫକିର ମୋହନ କଲେଜ ର ଛାତ୍ରୀ ସୋମ୍ୟାଶ୍ରୀ ବିଶି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ | ବାଲେଶ୍ୱର ରୁ ବଳଙ୍ଗା ପୁଣି ସେଇ ଶନିବାରେ ଛାତ୍ରୀ ପୋଡିବା ଘଟଣା ଘଟିଛି | ସେଠି କଲେଜ ରେ ଘଟିଥିବା ବେଳେ ଏଠି ରାସ୍ତା ଓ ନଦୀପଠା ରେ ୩ ଦୁର୍ବୁତ୍ତ ପୋଡ଼ିବାକୁ ଉଦ୍ୟମ କରିଥିଲେ | ସୋମ୍ୟାଶ୍ରୀ ନବେ ପ୍ରତିଶତ ପୋଡ଼ିଥିବା ବେଳେ ଏଠି ସତୁରି ପ୍ରତିଶତ ପୋଡିଛି | ପୂର୍ବ ସରକାର ରେ ମୁଖିଆ ଙ୍କୁ ଶନିବାରେ ଶୁଭ ଥିବାବେଳେ ଏବେ ଶନିବାରେ ଏ ସରକାର କୁ ଶନିଦଶା ପଡ଼ିଛି ବୋଲି ଆଲୋଚନା ହେଊଛି | ପୀଡିତା ମାଜିଷ୍ଟ୍ରେଟ ଙ୍କ ଆଗରେ ବୟାନ ଦେଇଛନ୍ତି ଯେ ସେ ସାଙ୍ଗ ଘରକୁ ଯାଉଥିଲେ |୩ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇ ନଦୀ ବନ୍ଧ ପାଖରେ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିଲେ | ଏହି ଘଟଣା କୁ ରାଜ୍ୟ ସରକାର ଗୁରୁତର ସହ ବିଚାର କରୁଛନ୍ତି | ତଦନ୍ତ ଚାଲୁ ରହିଛି | ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବ | ସେମାନଙ୍କୁ ଧରିବା ପାଇଁ ଦୁଇଟି ପୋଲିସ ଟିମ କରାଯାଇଛି | ପୁରୀ ଜିଲ୍ଲାପାଳ, ଏସପି, ବଳଙ୍ଗା ଥାନା, ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର ଏଥିପ୍ରତି ତୀକ୍ଷଣ ନଜର ରଖିଛନ୍ତି | Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026