* ରାଜ୍ୟରେ ରେଳ ବିକାଶ ପାଇଁ ଓଡ଼ିଶାକୁ ୧୨.୫ ଗୁଣ ଅଧିକ ବଜେଟ୍ ଆବଣ୍ଟନ କରାଯାଉଛି ।
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମାନ୍ୟବର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି. ସୋମନ୍ନା ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ପୁନଃବିକାଶ କାର୍ଯ୍ୟର ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ନିରୀକ୍ଷଣ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ପୁନଃବିକାଶ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶର ରେଳ ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ ସୁବିଧାରେ ପରିଣତ କରିବାର ଦୃଷ୍ଟିକୋଣକୁ ସ୍ପଷ୍ଟତା ପ୍ରଦାନ କରିବା ଦିଗରେ ଅଗ୍ରଗତି କରୁଛି ।
