Home ଓଡ଼ିଶା ସୌମ୍ୟାଶ୍ରୀଙ୍କ ପାଇଁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହମବତୀ ଶୋଭାଯାତ୍ରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରି ଦୁଇ ଦିନ କାଳ ଭୁନେଶ୍ବରସ୍ଥିତ ଏମ୍ସ ମେଡିକାଲ ରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ। ତାଙ୍କ ମୃତ୍ୟୁ ସହ ରାଜ୍ୟ ରେ ମାନବିକତାର ଦୁଃଖଦ ଅନ୍ତ ଘଟିଛି। ଛାତ୍ରୀ ଜଣକ ଛ ମାସ ବିଭିନ୍ନ ଫୋରମ୍ ରେ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ରାଜ୍ୟ ଶିକ୍ଷା ମନ୍ତ୍ରୀ, ଗୃହ ବିଭାଗ ରେ ଦାୟିତ୍ୱ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖ ଙ୍କୁ ନ୍ୟାୟ ପାଈଁ କାକୁତି ମିନତି ହେଲେ ମଧ୍ୟ କେହି ସାହାଯ୍ୟ କଲେ ନାହିଁ। ଏହା ଆତ୍ମହତ୍ୟା ନୁହେଁ ଏହା ଏକ ଅନୁଷ୍ଠାନ ଦ୍ଵାରା ମିଳିତ ବର୍ବରଚିତ ହତ୍ୟା କାଣ୍ଡ। ଯେଉଁ ବିଜେପି ନିଜ ଛାମୁଆ ସଂଗଠନ ଏବିଭିପି ର ଜଣେ ମହିଳାକାର୍ଯ୍ୟକର୍ତ୍ତା ଙ୍କୁ ସୁରକ୍ଷା ଦେଇ ପାରୁନାହିଁ । ସେହି ଦଳର ସରକାର ରାଜ୍ୟ ରେ ମହିଳା ମାନଙ୍କୁ ସୁରକ୍ଷା ଦେବା ବିଫଳ ପ୍ରମାଣ ହୋଇଛି। ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ସ୍ମୃତି ରେ ତାଙ୍କୁ ଉଚିତ୍ ନାୟ, ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଇସ୍ତଫା ତଥା ଏହି ଘଟଣା ର ନାୟିକ ଯାଞ୍ଚ ଜଣେ ଅବସର ପ୍ରାପ୍ତ ହାଇକୋର୍ଟ ବିଚାରପତି ଓ ସିବିଆଇ ଦ୍ଵାରା ତଦନ୍ତ ଦାବି ରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ନୟାଗଡ ଡାକ ବଙ୍ଗଳା ଠାରୁ ବାହାରି ନୟାଗଡ ବସ ଷ୍ଟାଣ୍ଡ ପଯ୍ୟନ୍ତ ଯାଇ ସେଠାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଜାଳି ନୀରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଭାପତି ରଞ୍ଜିତ ଦାସ, ବରିଷ୍ଟ କଂଗ୍ରେସ ନେତା ମନୋଜ ସାହୁ, କମଳ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରତୀକ ମହାପାତ୍ର, ପୀତବାସ ଖୁଣ୍ଟିଆ, ମିର୍ ଅବୁବକର ସିଦ୍ଧିକ୍, ପ୍ରକାଶ ଚନ୍ଦ୍ର ନାୟକ, ଛାତ୍ର କଂଗ୍ରେସ ସଭାପତି ସିବରଞ୍ଜନ ସାହୁ, ନବକିଶୋର ସାଥୁଆ, ପୁଲେସ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ନାୟକ, ପୁର୍ଣ୍ଣଚନ୍ଦ୍ର ପରିଡ଼ା, ଜୀବନ ଜ୍ୟୋତି ରାଉତ, ଅମ୍ଳାନ ଅଂଶୁମାନ ସାହୁ, ରାକେଶ କୁମାର ସିଠ, ଶାଶ୍ଵତ ରଞ୍ଜନ ପ୍ରଧାନ, ରୁଦ୍ରନାରାୟଣ ପ୍ରଧାନ ତାନିଶ ମହାନ୍ତି, ଓମ୍ ପ୍ରକାଶ ପ୍ରଧାନ ପ୍ରମୁଖ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ର ଶତାଧିକ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026 ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026