ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଞ୍ଚାୟତ ସାଉଟିକିଆ ଗ୍ରାମର କୁମ୍ଭାର ସାହି ତେନ୍ତୁଳି ଗଛ ମୂଳେ ଏଗାରଟି ଗୃହ ପାଳିତ ପ୍ରାଣୀ ଆଶ୍ରୟ ନେଉଥିବା ସମୟରେ ଶୁକ୍ରବାର ଅପରାହ୍ନରେ ଅଚାନକ ବଜ୍ରାଘାତ ହେବାରୁ ଏଗାରଟି ଗୃହ ପାଳିତ ପ୍ରାଣୀ ର ଜୀବନ ଯାଇଥିବା ବେଳେ ଛେଳି ଚରାଳି ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ଛେଳି ଚରାଳି ସତ୍ୟବାନ ମଲିକ ୧୦ ଟି ଛେଳି ଓ଼ ଗୋଟିଏ ପୋଢ଼କୁ ନେଇ ତେନ୍ତୁଳି ଗଛ ପଡ଼ିଆରେ ଚରାଉଥିଲେ । ଅପରାହ୍ନରେ ହଠାତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ମାରିବା ଯୋଗୁଁ ତେନ୍ତୁଳି ଗଛ ନିକଟରେ ବିଶ୍ରାମ ନେଉଥିବା ବେଳେ ବିଜୁଳି ମାରିବା ଫଳରେ ଘଟଣା ସ୍ଥଳରେ ହିଁ ୧୦ ଟି ଛେଳି ଗୋଟିଏ ପୋଢ଼ର ମୃତ୍ୟୁ ହୋଇଥିଲା ।
