ଖୋର୍ଦ୍ଧା ର ସାଂସ୍କୃତିକ ଐତିହ୍ୟ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ପକ୍ଷରୁ ଖୋର୍ଦ୍ଧା ର ସାଂସ୍କୃତିକ ଐତିହ୍ୟ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନାଚୁଣୀ ମହାବିଦ୍ୟାଳୟ ର ଇତିହାସ ବିଭାଗୀୟ ମୁଖ୍ୟ ଡଃ କବିତା ଦେବୀ ଙ୍କ ତତ୍ତ୍ଵାବଧାନରେ ତଥା ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମ ର ଉଦ୍ ଘାଟନୀ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରାକ୍ତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି, ତାମିଲନାଡୁ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଭଗବାନ ସାହୁ ,

ନରେନ୍ଦ୍ର ପୁର (ଗଂଜାମ) କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରାକ୍ତନ ରିଡର୍ ତଥା ଇତିହାସ ବିଭାଗୀୟ ମୁଖ୍ୟ ଡଃ ଶିବପ୍ରସାଦ ଦାଶ ସମ୍ବଳ ବ୍ୟକ୍ତିତ୍ଵ, ସମ୍ମାନିତ ଅତିଥି ଭାବେ କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଇତିହାସ ବିଭାଗ ମୁଖ୍ୟ ଡଃ ଜନ୍ମେଜୟ ଚୈ।ଧୁରୀ, ପ୍ରମୁଖ ଯୋଗଦେଇ ଖୋର୍ଦ୍ଧା ର ସାଂସ୍କୃତିକ ଐତିହ୍ୟ ତଥା ଗୈ।ରବଜ୍ଜଳ ଇତିହାସ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଐତିହ୍ୟ ର ସଂରକ୍ଷଣ,ସଚେତନ ଓ ଧାରଣା ସମ୍ପନ୍ନ ହୋଇ ନିଜର ପରିଚୟ ସ୍ତୃଷ୍ଟି କରିବାକୁ ଉଦ୍ ଵୋଧନ ଦେଇଥିଲେ। ଡ଼ଃ ଶ୍ରୀ ମତୀ ପି ପି ପାତ୍ର ଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ମଞ୍ଚ ପରିଚାଳନା ତଥା ସଞ୍ଜୋଜନା କରିଥିଲେ ଅଧ୍ୟାପିକା ଲୀନା ନଦିଜା।

ମହାବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ବିଜୟ କୁମାର ଶତପଥୀ ପ୍ରତି ଵେଦକ ଦାୟିତ୍ବ ସୁଚାରୁ ରୂପେ ତୂଲାଇ ଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ। ଦ୍ଵିତୀୟ ବୈଷୟିକ ଅଧିବେଶନ ରେ ଅଧ୍ୟକ୍ଷତା କରିଥିଲେ ଓଳାଭର ମହାବିଦ୍ୟାଳୟ (କେନ୍ଦ୍ରାପଡ଼ା)ର ଇତିହାସ ଅଧ୍ୟାପକ ଡ଼ଃ ଅକ୍ଷୟ କୁମାର ମିଶ୍ର । ଏହି ଅଧିବେଶନରେ ବାଲୁଗାଁ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ସନ୍ତୋଷ ରଥ, ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ର ଅଧ୍ୟାପକ ବିକ୍ରମ କେଶରୀ ରଣା, ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁର ର ଅଧ୍ୟାପକ ପ୍ରୃଥ୍ଵୀରାଜ ପ୍ରଧାନ ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ଥିଲେ। ପରିଶେଷରେ ସମସ୍ତ ଅଂଶଗ୍ରହଣକାରୀ ଅତିଥି, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ପ୍ରତିନିଧି ମାନଙ୍କୁ ପ୍ରମାଣପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ସହାୟତା କରିଥିଲେ।

Exit mobile version